ବାଲେଶ୍ବରର 5 ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର : ସମସ୍ତ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର

Published: Apr 27, 2020, 9:15 am IST

ଭୁବନେଶ୍ବର : ଆଜି  ଚିହ୍ନଟ ହୋଇଥିବା 5 ଜଣ ଆକ୍ରାନ୍ତ ତଥ୍ୟ ଜଣାପଡିଛି । ବାଲେଶ୍ବରର ପାଞ୍ଚ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଟୁଇଟ୍‌ ଯୋଗେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ଆକ୍ରାନ୍ତ ବାଲେଶ୍ବର କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି । 5 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ମହିଳା ଓ  ଜଣେ ପୁରୁଷ ଅଛନ୍ତି। ମହିଳାମାନଙ୍କ ବୟସ ଯଥାକ୍ରମେ 55, 22, 23 ଓ 29 ବର୍ଷ ରହିଛି । ଅନ୍ୟ ଜଣେ ଆକ୍ରାନ୍ତ 27 ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସମସ୍ତେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ । କାହାରିଠାରେ ବି ସାମାନ୍ୟତମ ଲକ୍ଷଣ ନଥିଲା  । ଏବେ ଏହି 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 108ରେ ପହଞ୍ଚିଥିବାବେଳେ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 15ରେ ପହଞ୍ଚିଛି ।

Related posts