Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ତ୍ତବ୍ୟ ଓ ସେବା ପାଇଁ ବିବାହକୁ ସ୍ଥଗିତ ରଖିଲେ ଦୁଇ ପୋଲିସ୍‌ ଅଧିକାରୀ
ଆଜିର ଖବର

କର୍ତ୍ତବ୍ୟ ଓ ସେବା ପାଇଁ ବିବାହକୁ ସ୍ଥଗିତ ରଖିଲେ ଦୁଇ ପୋଲିସ୍‌ ଅଧିକାରୀ

April 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଲକ୍ ଡାଉନ୍‌ ଯୋଗୁଁ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ସମାବେଶ, ବିବାହ କାର୍ଯ୍ୟକ୍ରମକୁ ଆଦିକୁ ସ୍ଥଗିତ ରଖାଯାଉଛି। ଦେଶର ଏପରି ସଂକଟ ସମୟରେ କରୋନା ସହ ଲଢେଇ କରୁଥିବାର କରୋନା ଯୋଦ୍ଧାମାନେ ନିଃସ୍ବାର୍ଥପର ଭାବରେ ଦେଶସେବାରେ ଲାଗିପଡିଛନ୍ତି। ଦେଶର ସୁରକ୍ଷା ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ ଦିନ ରାତି ପରିଶ୍ରମ କରୁଥିବା ପୋଲିସ୍‌ମାନେ ନିଜ ସୁଖ ସ୍ବାଚ୍ଛନ୍ଦକୁ ମଧ୍ୟ ବଳି ପକାଉଛନ୍ତି। କରୋନା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲଢୁଛନ୍ତି।  ଧୁଧୁ ଖରାରେ ନିଜର କର୍ତ୍ତବ୍ୟ କରୁଛନ୍ତି। ତେଣୁ ଏପରି ପରିସ୍ଥିତିରେ ସେମାନେ ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।  ସେମାନଙ୍କ ପାଇଁ କର୍ତ୍ତବ୍ୟ ଆଗ ହୋଇଛି, ଜୀବନର ସବୁ ସୁଖ ପଛ ହୋଇଛି। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏହି ଦୁଇ ପୁଲିସ୍‌ ଅଧିକାରୀ ନିଜର ବିବାହକୁ ସ୍ଥଗିତ କରି ଆଗ ଦେଶସେବା ପାଇଁ ନିଷ୍ପତ୍ତି ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବା, ସେମାନଙ୍କ ମଧ୍ୟରେ ସଚେତନତାକୁ ପ୍ରାଥମିକତା ଦେଇଛନ୍ତି ସେମାନେ।

ଏମିତି ଜଣେ କରୋନା ଯୋଦ୍ଧାଙ୍କ କାହାଣୀ ସାମ୍ନାକୁ ଆସିଛି । କର୍ତ୍ତବ୍ୟ ଆଗରେ ସେ ନିଜର ବିବାହକୁ ସ୍ଥଗିତ ରଖିଛନ୍ତି । କର୍ତ୍ତବ୍ୟକୁ ଆଗ କରି ନିଜ ଜୀବନ ଆନନ୍ଦକୁ ପଛରେ ପକାଇଥିବା ଦୁଇ କରୋନା ଯୋଦ୍ଧା ହେଉଛନ୍ତି ବ୍ରହ୍ମପୁର ସଦର ଥାନାର ଏସ୍‌ଆଇ ବିଭୂତି ଭୂଷଣ ସେଠୀ ଓ ଭଦ୍ରକ ଜିଲ୍ଲା ତିହିଡି ଥାନା ଏସ୍‌ଆଇ ସସ୍ମିତା ସେଠୀ। ବାଣପୁର ବ୍ଲକର ଵାଲେଡିହ ଗ୍ରାମର ହେଉଛନ୍ତି ଏସ୍‌ଆଇ ବିଭୂତି ଭୂଷଣ ସେଠୀ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ରହିଥିଲେ ବିଭୂତି।

ପବିତ୍ର ଅକ୍ଷୟ ତୃତୀୟା ଦିନ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ସବୁ ଆୟୋଜନ ମଧ୍ୟ ସରି ଯାଇଥିଲା। କାର୍ଡ ବଣ୍ଟାଯାଇଥିଲା। କିନ୍ତୁ କରୋନା କଟକଣା ଏହି ବିବାହରେ ବାଧକ ସାଜିଲା। କର୍ତ୍ତବ୍ୟ ଓ ସେବା ଆଗରେ ସେମାନେ ବାହାଘର ବାତିଲ୍‌ କରି କରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି ଏହି ଦୁଇ କରୋନା ଯୋଦ୍ଧା । ଦୁହିଁଙ୍କ ଏପରି କର୍ତ୍ତବ୍ୟବୋଧ ତଥା ସେବା ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି। କର୍ତ୍ତବ୍ୟ ଆଗରେ ସେମାନେ ନିଜ ଜୀବନକୁ ପଛ କରିଛନ୍ତି।

“କରୋନା ପରି ମହାମାରୀ ସମୟରେ ଦୁହେଁ ବିବାହ ଅପେକ୍ଷା ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ବିଭୂତି ସେଠୀ। ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଉଭୟ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଉଛୁ। ତା’ ଠୁ ବଡ଼ କିଛି ନୁହେଁ। ବାହାଘର ଆଜି, ନ ହେଲେ କାଲି ହେବ। ଲୋକମାନେ ଖୁସିରେ ରହିଲେ ଆମେ ବି ଖୁସିରେ ରହିବୁ ବୋଲି କହିଛନ୍ତି ବିଭୂତି।  ସ୍ଥିତି ସୁଧୁରିବା ପରେ ବିବାହ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଭୂତି।

marriagepostpone
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

SIR ପରେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲେ ୬୦ ଲକ୍ଷରୁ ଅଧିକ ଭୋଟର

February 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.