Categories
ଆଜିର ଖବର ରାଜ୍ୟ ଖବର

କର୍ତ୍ତବ୍ୟ ଓ ସେବା ପାଇଁ ବିବାହକୁ ସ୍ଥଗିତ ରଖିଲେ ଦୁଇ ପୋଲିସ୍‌ ଅଧିକାରୀ

ଭୁବନେଶ୍ବର : ଲକ୍ ଡାଉନ୍‌ ଯୋଗୁଁ ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ସମାବେଶ, ବିବାହ କାର୍ଯ୍ୟକ୍ରମକୁ ଆଦିକୁ ସ୍ଥଗିତ ରଖାଯାଉଛି। ଦେଶର ଏପରି ସଂକଟ ସମୟରେ କରୋନା ସହ ଲଢେଇ କରୁଥିବାର କରୋନା ଯୋଦ୍ଧାମାନେ ନିଃସ୍ବାର୍ଥପର ଭାବରେ ଦେଶସେବାରେ ଲାଗିପଡିଛନ୍ତି। ଦେଶର ସୁରକ୍ଷା ତଥା ଜନସାଧାରଣଙ୍କ ସୁରକ୍ଷା ପାଇଁ ଦିନ ରାତି ପରିଶ୍ରମ କରୁଥିବା ପୋଲିସ୍‌ମାନେ ନିଜ ସୁଖ ସ୍ବାଚ୍ଛନ୍ଦକୁ ମଧ୍ୟ ବଳି ପକାଉଛନ୍ତି। କରୋନା ପାଇଁ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲଢୁଛନ୍ତି।  ଧୁଧୁ ଖରାରେ ନିଜର କର୍ତ୍ତବ୍ୟ କରୁଛନ୍ତି। ତେଣୁ ଏପରି ପରିସ୍ଥିତିରେ ସେମାନେ ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।  ସେମାନଙ୍କ ପାଇଁ କର୍ତ୍ତବ୍ୟ ଆଗ ହୋଇଛି, ଜୀବନର ସବୁ ସୁଖ ପଛ ହୋଇଛି। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏହି ଦୁଇ ପୁଲିସ୍‌ ଅଧିକାରୀ ନିଜର ବିବାହକୁ ସ୍ଥଗିତ କରି ଆଗ ଦେଶସେବା ପାଇଁ ନିଷ୍ପତ୍ତି ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସେବା, ସେମାନଙ୍କ ମଧ୍ୟରେ ସଚେତନତାକୁ ପ୍ରାଥମିକତା ଦେଇଛନ୍ତି ସେମାନେ।

ଏମିତି ଜଣେ କରୋନା ଯୋଦ୍ଧାଙ୍କ କାହାଣୀ ସାମ୍ନାକୁ ଆସିଛି । କର୍ତ୍ତବ୍ୟ ଆଗରେ ସେ ନିଜର ବିବାହକୁ ସ୍ଥଗିତ ରଖିଛନ୍ତି । କର୍ତ୍ତବ୍ୟକୁ ଆଗ କରି ନିଜ ଜୀବନ ଆନନ୍ଦକୁ ପଛରେ ପକାଇଥିବା ଦୁଇ କରୋନା ଯୋଦ୍ଧା ହେଉଛନ୍ତି ବ୍ରହ୍ମପୁର ସଦର ଥାନାର ଏସ୍‌ଆଇ ବିଭୂତି ଭୂଷଣ ସେଠୀ ଓ ଭଦ୍ରକ ଜିଲ୍ଲା ତିହିଡି ଥାନା ଏସ୍‌ଆଇ ସସ୍ମିତା ସେଠୀ। ବାଣପୁର ବ୍ଲକର ଵାଲେଡିହ ଗ୍ରାମର ହେଉଛନ୍ତି ଏସ୍‌ଆଇ ବିଭୂତି ଭୂଷଣ ସେଠୀ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ରହିଥିଲେ ବିଭୂତି।

ପବିତ୍ର ଅକ୍ଷୟ ତୃତୀୟା ଦିନ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ସବୁ ଆୟୋଜନ ମଧ୍ୟ ସରି ଯାଇଥିଲା। କାର୍ଡ ବଣ୍ଟାଯାଇଥିଲା। କିନ୍ତୁ କରୋନା କଟକଣା ଏହି ବିବାହରେ ବାଧକ ସାଜିଲା। କର୍ତ୍ତବ୍ୟ ଓ ସେବା ଆଗରେ ସେମାନେ ବାହାଘର ବାତିଲ୍‌ କରି କରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି ଏହି ଦୁଇ କରୋନା ଯୋଦ୍ଧା । ଦୁହିଁଙ୍କ ଏପରି କର୍ତ୍ତବ୍ୟବୋଧ ତଥା ସେବା ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି। କର୍ତ୍ତବ୍ୟ ଆଗରେ ସେମାନେ ନିଜ ଜୀବନକୁ ପଛ କରିଛନ୍ତି।

“କରୋନା ପରି ମହାମାରୀ ସମୟରେ ଦୁହେଁ ବିବାହ ଅପେକ୍ଷା ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ବିଭୂତି ସେଠୀ। ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଉଭୟ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଉଛୁ। ତା’ ଠୁ ବଡ଼ କିଛି ନୁହେଁ। ବାହାଘର ଆଜି, ନ ହେଲେ କାଲି ହେବ। ଲୋକମାନେ ଖୁସିରେ ରହିଲେ ଆମେ ବି ଖୁସିରେ ରହିବୁ ବୋଲି କହିଛନ୍ତି ବିଭୂତି।  ସ୍ଥିତି ସୁଧୁରିବା ପରେ ବିବାହ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଭୂତି।

Categories
ଆଜିର ଖବର ଜାତୀୟ ଖବର

କରୋନା ପାଇଁ ବାହାଘର ମନା, ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ

କେରଳ : ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ବେଶ୍‌ ସତର୍କତା ଅବଲମ୍ବନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେରଳରେକରୋନା ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କଡା ନିର୍ଦ୍ଦେଶ ଦେଇଛନ୍ତି । କେରଳରେ ବିବାହ ଉତ୍ସବ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ମାର୍ଚ୍ଚ 31 ପର୍ଯ୍ୟନ୍ତ କେରଳରେ ସମସ୍ତ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମାନୁଷ୍ଠାନରେ ଉତ୍ସବ ପାଳନ ବେଳେ ଏକତ୍ରିତ ନ ହେବାକୁ ପରାମର୍ଶ ଦିଆଯାଇଛି । ସେହିପରି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍‌ ବନ୍ଦ ରହିବ ବୋଲି କହିଛନ୍ତି କେରଳ ସରକାର । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରଥମରୁ ସପ୍ତମ ଯାଏଁ ସବୁ ପରୀକ୍ଷା ବାତିଲ୍‌ କରାଯାଇଛି । କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଇଛି । କରୋନା ଆକ୍ରାନ୍ତ ନିଜର ଟ୍ରାଭେଲ୍‌ ନେଇ ତଥ୍ୟ ଲୁଚାଇଲେ ମାମଲା ରୁଜୁ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କେ. କେ, ଶୈଳଜା ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)