କରୋନା ପାଇଁ ବାହାଘର ମନା, ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ

Published: Mar 11, 2020, 9:23 am IST

କେରଳ : ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ବେଶ୍‌ ସତର୍କତା ଅବଲମ୍ବନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେରଳରେକରୋନା ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କଡା ନିର୍ଦ୍ଦେଶ ଦେଇଛନ୍ତି । କେରଳରେ ବିବାହ ଉତ୍ସବ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ମାର୍ଚ୍ଚ 31 ପର୍ଯ୍ୟନ୍ତ କେରଳରେ ସମସ୍ତ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମାନୁଷ୍ଠାନରେ ଉତ୍ସବ ପାଳନ ବେଳେ ଏକତ୍ରିତ ନ ହେବାକୁ ପରାମର୍ଶ ଦିଆଯାଇଛି । ସେହିପରି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍‌ ବନ୍ଦ ରହିବ ବୋଲି କହିଛନ୍ତି କେରଳ ସରକାର । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରଥମରୁ ସପ୍ତମ ଯାଏଁ ସବୁ ପରୀକ୍ଷା ବାତିଲ୍‌ କରାଯାଇଛି । କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଇଛି । କରୋନା ଆକ୍ରାନ୍ତ ନିଜର ଟ୍ରାଭେଲ୍‌ ନେଇ ତଥ୍ୟ ଲୁଚାଇଲେ ମାମଲା ରୁଜୁ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କେ. କେ, ଶୈଳଜା ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)

Related posts