ଲୁଡୁ ଖେଳ ପାଇଁ ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗିଲେ ସ୍ବାମୀ

Published: Apr 28, 2020, 12:55 pm IST

ଗୁଜୁରାଟ : ଲକ୍‌ ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଥିବାବେଳେ ଲୁଡୁ ଖେଳି ସମୟ ଅତିବାହିତ କରୁଛନ୍ତି । କିନ୍ତୁ ଏହି ଲୁଡୁ ଖେଳ ଏବେ ବେଶ୍‌ ଘାତକ ସାବ୍ୟସ୍ତ ହୋଇଛି ।  ଲୁଡକୁ ନେଇ ଗୁଜୁରାଟର ବଡଦୋରା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଲୁଡୁ ଖେଳିବା ମହାଙ୍ଗା ସାବ୍ୟସ୍ତ ହୋଇଛି । ଲୁଡୁ ଖେଳରେ ସ୍ବାମୀଙ୍କୁ ହରାଇବା ପରେ ତାଙ୍କ ସ୍ବାମୀ ଜଣକ ରାଗରେ ମହିଳାଙ୍କୁ  ଧକ୍କା ମାରିଥିଲେ । ଏଥିରେ ମହିଳାଙ୍କର ମେରୁଦଣ୍ଡ ହାଣ୍ଡ ଭାଙ୍ଗିଯାଇଥିବାର ସୂଚନା ରହିଛି ।

ସ୍ତ୍ରୀ ଜଣକ ସ୍ବାମୀ ବାହାରେ ଯାଇ ଅନ୍ୟମାନଙ୍କ ସହିତ ସମୟ ନ ବିତାଇବାଠାରୁ ଘରେ ରହିବାକୁ ଚାହୁଁଥିଲେ ଏଥିପାଇଁ  ସେ ତାଙ୍କ ସ୍ବାମୀଙ୍କୁ ଅନ୍‌ ଲାଇନ୍‌ରେ ଲୁଡ ଖେଳିବାକୁ ପ୍ରସ୍ତାବ ଦେଇଥିଲେ । ସ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ମୋବାଇଲ୍‌ରେ ଲୁଡୁ ଖେଳିବା ଆରମ୍ଭ କରିଥିଲେ ସ୍ବାମୀ ଜଣକ । କିନ୍ତୁ ଏହି ଖେଳରେ ସ୍ବାମୀଙ୍କ ହରାଇବା ସ୍ତ୍ରୀ ପାଇଁ ମହାଙ୍ଗା ପଡ଼ିଲା । । ସ୍ବାମୀ ଜଣକ ଲଗାତର ତିନିରୁ ଚାରିଥର ହାରିଗଲା ପରେ ରାଗରେ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲେ। ଏହି ଧକ୍କା ଦେବା ଫଳରେ ସ୍ତ୍ରୀଙ୍କ ମେରୁଦଣ୍ଡରେ ହାଡ ଭାଙ୍ଗି ଯାଇଥିବାର ସୂଚନା ରହିଛି । ତେବେ ତତ୍‌କ୍ଷଣାତ ମହିଳାଙ୍କ ଚିକିତ୍ସା କରାଯାଇଥିଲା ।

181 ଅଭୟମ୍‌ ହେଲପ୍‌ଲାଇନ୍‌ ଜରିଆରେ ଏହି ମାମଲା ପହଞ୍ଚିବା ପରେ ପରାମର୍ଶଦାତା ମହିଳାଙ୍କୁ ଦୁଇଟି ବିକଳ୍ପ ଦେଇଥିଲେ। ସ୍ବାମୀଙ୍କ ବିରୋଧରେ ପୋଲିସ୍‌ରେ ମାମଲା କରିବା ଅନ୍ୟଟି ଥିଲା ଏହାର ଆପୋଷ ସମାଧାନ କରିବା । ସ୍ବାମୀ ଜଣକ କ୍ଷମା ମାଗିବା ପରେ ମହିଳା ଜଣକ ଏହି ଘଟଣାକୁ ନେଇ ବୁଝାମଣା କରିନେଇଛନ୍ତି । ତେବେ କିଛି ମହିଳା ଜଣକ କିଛି ଦିନପାଇଁ ପିତାମାତାଙ୍କ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସ୍ବାମୀଙ୍କୁ ଚେତାବନୀ ଦିଆଯାଇଛି । ସ୍ବାମୀ ଅପେକ୍ଷା ସ୍ତ୍ରୀ ଅଧିକ ଚତୁର ହୋଇଥିବାରୁ ସ୍ବାମୀଙ୍କୁ ଏହା ଅଧିକ ଆଘାତ ଦେଇଥିଲା ବୋଲି ଜଣାପଡିଛି ।

Related posts