
ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ : ଗଞ୍ଜାମର ଦୁଇଟି ସ୍ଥାନରେ ଅବକାରୀ ବିଭାଗର ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 9 ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଧରାକୋଟର ଚମ୍ପାପଲ୍ଳୀ ଏବଂ ବଡଗଡର ମାଧପୁର ଓ ବାହାଦରପଦର ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ଏବଂ ପୋଲିସ୍ର ଏହି ମିଳିତ ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 10ଟି ମାମଲା ରୁଜୁ କରାଯାଇଛି । ଏହା ସହିତ ପୋଲିସ୍ 9 ଜଣଙ୍କୁ ଗିରଫ କରିଛି । ଆସ୍କା ଏସ୍ଡିପିଓ, ଆଇଆଇସି ଧରାକୋଟ, ଆଇଆଇସି ଗଞ୍ଜାମ ଏହି ରେଡ୍ରେ ଅଂଶଗ୍ରହଣ କରିଥିଲେ ।
Tags: ଅବକାରୀ ବିଭାଗ, ଦେଶୀମଦ