Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମର ଦୁଇ ସ୍ଥାନରେ ଅବକାରୀ ବିଭାଗର ଚଢାଉ : 2650 ଲିଟର ଦେଶୀମଦ ସହ 9 ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ : ଗଞ୍ଜାମର ଦୁଇଟି ସ୍ଥାନରେ ଅବକାରୀ ବିଭାଗର ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 9 ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଧରାକୋଟର ଚମ୍ପାପଲ୍ଳୀ ଏବଂ ବଡଗଡର ମାଧପୁର ଓ ବାହାଦରପଦର ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା । ଅବକାରୀ ବିଭାଗ ଏବଂ ପୋଲିସ୍‌ର ଏହି ମିଳିତ ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 10ଟି ମାମଲା ରୁଜୁ କରାଯାଇଛି । ଏହା ସହିତ ପୋଲିସ୍‌ 9 ଜଣଙ୍କୁ ଗିରଫ କରିଛି । ଆସ୍କା ଏସ୍‌ଡିପିଓ, ଆଇଆଇସି ଧରାକୋଟ, ଆଇଆଇସି ଗଞ୍ଜାମ ଏହି ରେଡ୍‌ରେ ଅଂଶଗ୍ରହଣ କରିଥିଲେ ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବ୍ରହ୍ମପୁରରୁ ୪ ହଜାର ଲିଟର ଦେଶୀମଦ ଜବତ: ମଦଭାଟି ମାଲିକଙ୍କ ସମେତ ୧୪ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍‌କୁ ମିଳିଛି ବଡ ସଫଳତା। ବୁଧବାର ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇ ୪ ହଜାର ଲିଟର ଦେଶୀ ମଦ ଜବତ କରିବା ସହିତ ୧୪ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁରର ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍‌ ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟସ୍ଥ ଜଳେଶ୍ବରପୁରର ଏକ ଇଟା କାରଖାନା ଉପରେ ଚଢାଉ କରିଥିଲେ। ଏହି ଚଢାଉରେ ପୋଲିସ୍‌ ୪୭୪୦ ଲିଟର ଦେଶୀମଦ ଜବତ କରିଛି। ୨୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ୍‌ ଜାରକିନ୍‌ରେ ଏହି ଦେଶୀ ମଦ ରଖାଯାଇଥିଲା। ସେହିପରି ୨୩୮୦୦ ଲିଟର ପଲିଥିନ୍‌ ମଦ ଏବଂ ୧୨୨୯୦ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ଏହା ସହିତ ଦୁଇଟି ପ୍ୟାକେଜିଂ ମେସିନ୍‌ ମଧ୍ୟ ଜବତ କରାଯାଇଛି। ପୋଲିସ୍‌ ପକ୍ଷରୁ ଅବକାରୀ ବିଭାଗ ଅଧିନିୟମ ଅନୁଯାୟୀ କେସ୍‌ ନମ୍ବର ୧୦୯/୨୦୨୦ରେ ମାମଲା ରୁଜୁ କରାଯିବା ସହିତ ଦେଶୀ ମଦ ଭାଟି ମାଲିକ ଭାସ୍କର ସାହୁଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିଛି।