ଚଳିତ ବର୍ଷ ନିର୍ବାଚନ ଲଢିବେନି ତଥାଗତ ଶତପଥୀ

Published: Mar 5, 2019, 12:59 pm IST
BJD leader Tathagat Satpathy & lok sabha MP, may not contest the election this year

ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବିଜେଡିର ଲୋକସଭା ସାଂସଦ ତଥାଗତ ଶତପଥୀ।  ରାଜନୀତି ବଦଳରେ ସେ ଏବେ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ସେ ଦୈନିକ ଓଡ଼ିଆ ଖବର କାଗଜ ‘ଧରିତ୍ରୀ’ର ସଂପାଦକ ମଧ୍ୟ ଅଛନ୍ତି। ତେଣୁ ନିର୍ବାଚନ ନ ଲଢ଼ି ସେ ଏବେ ତାଙ୍କର ଏହି କାର୍ଯ୍ୟକୁ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ତଥାଗତ ଶତପଥୀ ଏବେ ଢେଙ୍କାନାଳ ଲୋକସଭା ଆସନରୁ ସାଂସଦ ଅଛନ୍ତି। ୨୦୦୪ରୁ ଲଗାତାର ଭାବେ ସେ ତିନି ଥର ଏହି ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି। ତେବେ ଛାଡ଼ିବା ସମ୍ପର୍କରେ ସ୍ପଷ୍ଟ କାରଣ ନ ଦର୍ଶାଇଥିଲେ ମଧ୍ୟ ସେ କହିଥିଲେ ଯେ, ବିଜୁବାବୁ ହିଁ ତାଙ୍କୁ ଏହି ରାଜନୀତିକୁ ଆଣିଥିଲେ, ତେଣୁ ତାଙ୍କର ଜନ୍ମଦିବସ ଅବସରରେ ହିଁ ସେ ରାଜନୀତି ଛାଡ଼ିବାକୁ ଚାହୁଁଛନ୍ତି । ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ତାଙ୍କର ନିଷ୍ପତ୍ତି ସମ୍ପର୍କରେ ଜଣାଇବେ ବୋଲି ସେ କହିଛନ୍ତି । ତେବେ ସମ୍ପ୍ରତି ଚାଲିଥିବା ଦଳ ବଦଳକୁ ନେଇ ମଧ୍ୟ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ କହିଛନ୍ତି ନବୀନଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ଏବଂ ସେ ଅନ୍ୟ କୌଣସି ଦଳରେ ଯାେଗ ଦେବେ ନାହିଁଁ । ଆଉ ଅଳ୍ପ ଦିନ ପରେ ସାଧାରଣ ନିର୍ବାଚନ  । ଠିକ୍‌ ଏହି ସମୟରେ ଗତକାଲି ବିିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ଆଜି ବିଜେଡ଼ିରୁ ଅନ୍ୟ ଜଣେ ସାଂସଦ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇ  ବିଜେଡ଼ି ଭିତରେ କିଛି ଚାପା ଗୁଞ୍ଜରଣ ସୃଷ୍ଟି କରାଇଛନ୍ତି ।

Related posts