
ସମୁଦ୍ର ପଥ ଦେଇ ଭାରତରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାନ୍ବା ସତର୍କ କରାଇ ଦେଇଛନ୍ତି। ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରାଇ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି । ଆଡ୍ମିରାଲ୍ ଲାନ୍ବା କହିଛନ୍ତି ଯେ ସମ୍ପ୍ରତି ଇଣ୍ଡୋ-ପେସିଫିକ୍ ଅଞ୍ଚଳ ପ୍ରମୁଖ ଆତଙ୍କ ବିପଦ୍ର ସମ୍ମୁଖୀନ ହେଉଛି। ଗତ କେତେ ବର୍ଷ ହେବ ଇଣ୍ଡୋ-ପେସିଫିକ୍ ଅଞ୍ଚଳ ଆତଙ୍କବାଦର ବୃଦ୍ଧି ପାଇଛି । ଗତ ୧୪ ତାରିଖରେ ଫୁଲ୍ଓ୍ବାମାଠାରେ ଆତଙ୍କବାଦୀଙ୍କ ବର୍ବରତା ଆମେ ଦେଖିଛୁ । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଭାରତୀୟ ଯବାନ୍ ଶହୀଦ୍ ହୋଇଥିଲେ । ଏହି ଘଟଣା ପରେ ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନକୁ ସାରା ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି ।