ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 128ରେ ପହଞ୍ଚିଲା

Published: Apr 30, 2020, 8:12 am IST

ଭୁବନେଶ୍ବର : ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ତିନି ପଜିଟିଭ୍‌ ଯାଜପୁର ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ ପକ୍ଷରୁ ସୂଚନା ରହିଛି। ଏବେ ଯାଜପୁରରେ ସର୍ବମୋଟ୍‌ 22 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ତିନି ନୂଆ ଆକ୍ରାନ୍ତଙ୍କ ପରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 128ରେ ପହଞ୍ଚିଛି ।  ସେହିପରି ଏହି ଭୂତାଣୁ ସଂକ୍ରମଣରୁ ଭଲ ହୋଇଛନ୍ତି 39 ଜଣ । ଏବେ ସୁଦ୍ଧା ରାଜ୍ୟରେ 88ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି ।

Related posts