Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»119ରୁ 122 ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି
ଆଜିର ଖବର

119ରୁ 122 ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି

April 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଚାରି କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ କୋଲକତା ଫେରନ୍ତା ରହିଛନ୍ତି । 119 ନମ୍ବର ଆକ୍ରାନ୍ତ ଜଣକ  ଝାରସୁଗୁଡାର 18 ବର୍ଷୀୟା ଯୁବତୀ । ଯୁବତୀଙ୍କ ଘର ଝାରସୁଗୁଡା ବ୍ରଜରାଜନଗର ବ୍ଲକ ଚୁଡିଜାମ ଗ୍ରାମରେ । 18 ବର୍ଷୀୟା ଯୁବତୀ କୋଲକାତା ବଡବଜାର ଗସ୍ତ କରିଥିଲେ । କିଛି ଯାତ୍ରୀଙ୍କ ସହ ଏକ ଭଡା ଗାଡ଼ିରେ ଘରକୁ ଫେରିଥିଲେ । 23ରୁ 29 ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ ଯୁବତୀ । 29ରେ ପଜିଟିଭ୍‌ ସ୍ପଷ୍ଟ ପରେ ରାଉରକେଲା ହାଇଟେକ୍‌ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

120 ନମ୍ବର ଆକ୍ରାନ୍ତ ଜଣକ ଭୁବନେଶ୍ବରର ମଧୁସୂଦନ ନଗରର 77 ବର୍ଷୀୟ ବୃଦ୍ଧ । 120 ନମ୍ବର ଆକ୍ରାନ୍ତ ପୂର୍ବରୁ ଚିହ୍ନଟ 41 ନମ୍ବର ପଜିଟିଭ୍‌ଙ୍କ ନିକଟ ସମ୍ପର୍କୀୟ । 22 ମାର୍ଚ୍ଚ ଲକ୍‌ ଡାଉନ୍‌ ଯାଏଁ ଘରେ ଥିଲେ 120 ନମ୍ବର ଆକ୍ରାନ୍ତ । ଗତ ସାତ ତାରିଖରେ ତାଙ୍କ ପରିବାରର ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । 9 ତାରିଖରେ 120 ନମ୍ବର ଆକ୍ରାନ୍ତଙ୍କ ସାମ୍ପଲ୍‌ ପରୀକ୍ଷା ନେଗେଟିଭ୍‌ ଆସିଥିଲା । ପରେ ଥଣ୍ଡା, କାଶ ହେବାରୁ 104କୁ ଫୋନ୍‌ କରିଥିଲେ । ପୁନଃ ତାଙ୍କର ସାମ୍ପଲ୍‌ ନିଆଯାଇଥିଲା । ଏବେ ସାମ୍ପଲ୍‌ ପରୀକ୍ଷଣ ପରେ ତାଙ୍କଠାରେ ପଜିଟିଭ୍‌ ଥିବାର ଜଣାପଡିଥିଲା। ତାଙ୍କୁ ଭୁବନେଶ୍ବର କିମସ୍‌ରେ ଭର୍ତ୍ତି କରାଯାଇଛି ।  । 121 ନମ୍ବର ଆକ୍ରାନ୍ତ ଜଣକ କେନ୍ଦୁଝର ପଞ୍ଚୁପାଲିର 60 ବର୍ଷୀୟ ବୃଦ୍ଧ । କୋଲକତା ବଡବଜାରରୁ ଆଠ ଜଣ ଯାତ୍ରୀଙ୍କ ସହ ଗାଡ଼ିରେ 28ରୁ 29ରେ ଘରକୁ ଫେରିଥିଲେ । 31 ମାର୍ଚ୍ଚରୁ 29 ଏପ୍ରିଲ୍‌ ଯାଏଁ ବିଭିନ୍ନ ସ୍ଥାନ ବୁଲିଥିଲେ, ବଜାର ଯାଇଥିଲେ । 29 ଏପ୍ରିଲ୍‌ରେ ପଜିଟିଭ୍‌ ସ୍ପଷ୍ଟ ପରେ କଟକ ଅଶ୍ବିନୀର ଭର୍ତ୍ତି ହୋଇଛନ୍ତି ।

122 ନମ୍ବର ଆକ୍ରାନ୍ତ ଦେବଗଡ ବାସୁଦେବପୁର ସୁଗୁଡାର 34 ବର୍ଷୀୟ ଯୁବକ । ଏପ୍ରିଲ୍‌ 25ରୁ 26ରେ କୋଲକାତାରୁ ଟ୍ରକ୍‌ରେ ରେଢାଖୋଲ ଫେରିଥିଲେ । ଦେବଗଡ ଡିଏଚ୍‌ଏଚ୍‌କୁ ପରୀକ୍ଷା ପାଇଁ ଜଣାଇବା ପରେ 27ରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । 29ରେ ତାଙ୍କ ନମୁନା ପଜିଟିଭ୍ ସ୍ପଷ୍ଟ ପରେ ରାଉରକେଲା ହାଇଟେକ୍‌ରେ ଭର୍ତ୍ତି କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025

୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ୱାକ୍ଷର

August 26, 2025
Latest News

‘ଯଦି ତୁମେ ଶାନ୍ତି ଚାହୁଁଛ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ସିଡିଏସ୍ ଅନିଲ ଚୌହାନଙ୍କ ବାର୍ତ୍ତା

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025

୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ୱାକ୍ଷର

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.