ଜାତୀୟ ଦ୍ବିଗୁଣିତ ହାର ଅପେକ୍ଷା କମ୍‌ ରହିଛି 9ଟି ରାଜ୍ୟର ଦ୍ବିଗୁଣିତ ହାର

Published: Apr 30, 2020, 6:25 pm IST

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ 9ଟି ରାଜ୍ୟରେ କରୋନ ସ୍ଥିତି ଦୃଢ ସ୍ଥିତିରେ ରହିଛି । ଜାତୀୟ ଦ୍ବିଗୁଣିତ ହାର 11.3 ରହିଥିବା 9ଟି ରାଜ୍ୟରେ ଦ୍ବିଗୁଣିତ ସଂଖ୍ୟା ଅଧିକ ରହିଛି । ହିମାଚଳ ପ୍ରଦେଶ ଏହି ତାଲିକାର ଶୀଷ ସ୍ଥାନରେ ରହିଛି । ହିମାଚଳ ପ୍ରଦେଶରେ ଦ୍ବିଗୁଣିତ ହେବା ପାଇଁ ସର୍ବାଧିକ 191.6 ଦିନ ରହିଥିବା ବେଳେ ଛ
ତିଶଗଡରେ ଏହି ସଂଖ୍ୟା 89.7 ରହିଛି । ତେଲେଙ୍ଗାନାରେ ଏହି ସଂଖ୍ୟା 70.8 ରହିଥିବା ବେଳେ ଆସାମରେ 59 ଦିନ ରହିଛି ।

ସେହିପରି କେରଳ 37.5, ଉତ୍ତରାଖଣ୍ଡ 30.3, ହରିୟାଣା 24.4, ଲଦାଖ 24.2, କର୍ଣ୍ଣାଟକ 21.6 ଏହା ପଛକୁ ରହିଛି । 11ରୁ 20 ମଧ୍ୟରେ ଦ୍ବିଗୁଣିତ ହେଉଥିବା 6ଟି ରାଜ୍ୟ ରହିଛନ୍ତି । ପଞ୍ଜାବ 19.5, ତାମିଲନାଡୁ 19.1, ରାଜସ୍ଥାନ 17.8, ଓଡିଶା 13, ଜାମ୍ମୁ କାଶ୍ମୀର 12.2 ଏବଂ ଉତ୍ତର ପ୍ରଦେଶ 12 ପଛକୁ ପଛ ରହିଛନ୍ତି ।

Related posts