ଅଟୋ ଚାଳକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ

Published: Apr 30, 2020, 8:21 pm IST

ଭୁବନେଶ୍ୱର,  ଆଜି ବିଭିନ୍ନ ଦାବୀ ନେଇ ରାଜଧାନୀ ଅଟୋ ଚାଳକ ସଂଘ ଏବଂ ଅଟୋ ମହାସଂଘର ପକ୍ଷରୁ ମିଳିତ ଭାବରେ ରେଳୱେ ଷ୍ଟେସନ ଅଟୋ ଷ୍ଟାଣ୍ଡ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବର୍ତ୍ତମାନ ଲକ ଡାଉନ ପରିସ୍ଥିତିରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ସରକାର ସହଯୋଗ କରୁଛନ୍ତି। ହେଲେ ଅଟୋ ଚାଳକଙ୍କ ପାଇଁ ଏ ପର୍ଯ୍ୟନ୍ତ କୈଣସି ପଦକ୍ଷେପ ନିଆଯାଇ ନାହିଁ। ସରକାର ତୁରନ୍ତ ଏହା ଉପରେ ଚିନ୍ତ କରନ୍ତୁ ବୋଲି ସଂଘ ତରଫରୁ ଦାବୀ କରାଯାଉଛି।

ଏହି ବିକ୍ଷୋଭରେ ଶାରରୀକ ଦୂରତା ବଜାୟରଖି ରାଜଧାନୀ ଆଟୋ ଚାଳକ ସଂଘ ସଭାପତି ସୁର ଜେନା, ଅଟୋ ମହାସଂଘ କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତ, ଅନ୍ୟତମ ସଂପାଦକ ବିଜୟ କୁମାର ପଟ୍ଟନାୟକ, ଏବଂ ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନା ରାଜଧାନୀ ଅଟୋ ଚାଳକ ସଂଘର ରାଧାକାନ୍ତ ଶତପଥୀ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦାବି ସମ୍ମଳିତ ପ୍ଲାକର୍ଡ଼ମାନ ପ୍ରଦର୍ଶନ କରି ବିଭିନ୍ନ ଧ୍ୱନିଦେଇ ବିକ୍ଷୋଭରେ ନେତୃତ୍ୱ ନେଇଥିଲେ । ଏହି ମର୍ମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପରିବହନମନ୍ତ୍ରୀଙ୍କୁ ଅଟୋଚାଳକମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

Related posts