ଆଜି ଭୁବନେଶ୍ବର କଟକ ସମେତ ଦୁଇଟି ଜିଲ୍ଲାର 12ଟି ବ୍ଲକରେ ହେବ ଚଡଚଡି ସହିତ କାଳ ବୈଶାଖୀ ବର୍ଷା

Published: May 1, 2020, 4:21 pm IST

ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ଜିଲ୍ଲାର 12 ବ୍ଲକରେ ଘଡଘଡ ଚଡଚଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ତଥ୍ୟ ଦେଇଛି ଆର୍ଥ ନେଟୱେର୍କ। ଏହି ନେଟୱେର୍କ ତରଫରୁ ପ୍ରକାଶିତ ମାନଚିତ୍ରରେ ଏହି ସ୍ପଷ୍ଟ ସୂଚନା ମିଳିଛି। ଏହି ଦୁଇଟି ଜିଲ୍ଲା ହେଲା ଖୋର୍ଦ୍ଧା ଏବଂ କଟକ ଜିଲ୍ଲା।

ଏହି ଦୁଇଜିଲ୍ଲାର ଯେଉଁ 12ଟି ବ୍ଲକରେ ଏହି କାଳ ବୈଶାଖୀ ଦେଖାଦେବ ସେଗୁଡିକ ହେଲା ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର, ବେଗୁନିଆ,ବାଲିଅନ୍ତା ଏବଂ ଜଟଣୀ ବ୍ଲକ। ସେହିପରି କଟକ ଜିଲ୍ଲାର କଟକ, ବାଙ୍କି,ବଡମ୍ବା,ତିଗିରିଆ, ଡମପଡା, ଆଠଗଡ, ବାରଙ୍ଗ ଏବଂ କଟକ ସଦର ବ୍ଲକରେ ଏହି ବର୍ଷା ହେବ।

Related posts