ପିଙ୍କ୍‌ର ତାମିଲ୍‌ ରିମେକ୍‌ ‘ନେରେକୋଣ୍ଡା ପାରାଭି’ର ପୋଷ୍ଟର ରିଲିଜ୍‌

Published: Mar 5, 2019, 4:36 pm IST

ତାମିଲ୍‌ ସୁପରଷ୍ଟାର୍‌ ଅଜିଥ୍‌ କୁମାରଙ୍କ ନୂଆ ଫିଲ୍ମ ତଥା ପ୍ରଯୋଜକ ବୋନି କପୁର୍‌ଙ୍କ ଦ୍ବାରା ନିର୍ମିତ ବଲିଉଡ୍‌ ଫିଲ୍ମ ‘ପିଙ୍କ୍‌’ର ତାମିଲ୍‌ ରିମେକର ପୋଷ୍ଟର ରିଲିଜ୍‌ ହୋଇଛି । ଏହି ଫିଲ୍ମର ଶୀର୍ଷକ ‘ନେରେକୋଣ୍ଡା ପାରାଭି’ ରଖାଯାଇଛି । ଏହି ଫିଲ୍ମରେ ଅଜିଥ୍‌ କୁମାରଙ୍କ ସହ ଶ୍ରଦ୍ଧା ଶ୍ରୀନାଥ, ଅଭିରାମୀ ଭେଙ୍କେଟଚେଲମ୍‌ ଏବଂ ଏଣ୍ଡ୍ରିଆ ତୈରାଙ୍ଗ ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଏଚ୍‌ ଭି ବିନୋଥ । ତେବେ ଏହି ଫିଲ୍ମଟି ଅଫିସିଆଲି ରିମେକ୍‌ ହୋଇଥିବାବେଳେ କିଛିକାଂଶରେ ଟିକିଏ ଭିନ୍ନତା ଦେଖିବାକୁ ମିଳିବ ।  ତେବେ ଏହା ହେଉଛି ବୋନି କପୁର୍‌ଙ୍କ ପ୍ରଥମ ତାମିଲ୍‌ ପ୍ରଯୋଜିତ ଫିଲ୍ମ । ଏହାକୁ ନେଇ ଜାହ୍ନବୀ କପୁର୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫିଲ୍ମର ପୋଷ୍ଟରକୁ ସେୟାର କରିବା ସହ ପାପାଙ୍କର ଏଇଟା ଫାଷ୍ଟ ତାମିଲ୍‌ ଫିଲ୍ମ ବୋଲି ଟ୍ବିଟ୍‌ କରିଛନ୍ତି । ପ୍ରଯୋଜକ ବୋନି କପୁର୍‌ ଅଜିଥ୍‌ଙ୍କ ସହିତ ‘ଇଂଲିଶ୍‌ ଭିଲିଂଶ୍‌’ ଫିଲ୍ମରେ ଏକାଠି କାମ କରିଥିବାବେଳେ ଶ୍ରୀଦେବୀ ଅଜିଥ୍‌ଙ୍କ ସହ ତାଙ୍କ ଘରୋଇ ପ୍ରଯୋଜନା ସଂସ୍ଥା ଏକ ତାମିଲ୍‌ ଫିଲ୍ମ କରିବାର ଇଚ୍ଛା ରଖିଥିଲେ । ତେବେ ୨୦୧ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ପିଙ୍କ୍’ର ନିର୍ଦ୍ଦେଶନା ଦେଇଥିଲେ ଅନିରୁଦ୍ଧ ରାୟ ଚୌଧୁରୀ । ଏହି ଫିଲ୍ମରେ ତାପସୀ ପନ୍ନୁ, ଅମିତାଭ ବଚ୍ଚନ, କ୍ରିତି କୁଲ୍‌ହାରୀ ଓ ଏଣ୍ଡ୍ରିଆ ତୈରାଙ୍ଗ, ଅନଙ୍ଗ ବେଦୀ ପ୍ରମୁଖ ଅଭିନୟ କରିଥିଲେ । ଫିଲ୍ମଟି ଜାତୀୟ ପୁରସ୍କାର ପାଇବା ସହିତ ଉଚ୍ଚ ପ୍ରଶଂସିତ ହୋଇଥିଲା । ତାମିଲ୍‌ ସୁପରଷ୍ଟାର୍‌ ଅଜିଥ୍‌ ‘ଅମରକଲମ୍‌’, ‘ଧୀନା’, ‘ଭିଲେନ୍‌’, ‘ଭେଦଲମ୍‌’, ‘ଭିଭିଗମ୍‌’ ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ସଫଳତା ପାଇଛନ୍ତି । ଶେଷଥର ପାଇଁ ଶିବ କୁମାର ଜୟକୁମାରଙ୍କ ‘ବିଶ୍ବାସମ୍‌’ରେ ନଜର ଆସିଥିଲେ ।

Related posts