
ରାଉରକେଲା : ସୁନ୍ଦରଗଡ ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକିରେ ଅଘଟଣ ଘଟିଛି । ନଦୀକୁ ଡେଇଁ ଜଣେ ନିଖୋଜ ହୋଇଥିବାବେଳ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଜୁଆ ଆଡ୍ଶରେ ଚଢାଉବେଳେ ପୋଲିସ ଭୟରେ ତିନି ଜଣ ନଦୀକୁ ଡେଇଁପଡିଥିଲେ। ଦୁଇଜଣକୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ତିନିହେଁ ପୋଲିସ୍ ଭୟରେ କୋଏଲ ନଦୀକୁ ଡେଇଁପଡିଥିଲେ । ନିଖୋଜ ହୋଇଥିବା ଯୁବକଙ୍କ ଉଦ୍ଧାର ଜାରି ରଖିଛି ଅଗ୍ନିଶମ ବାହିନୀ ।