Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆଆଡ୍ଡା ଉପରେ ପୋଲିସର ଅତର୍କିତ ଚଢାଉ, ମାଷ୍ଟରମାଇଣ୍ଡ ସମେତ ୬ ଜଣ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ। ପୋଲିସ ଆଖିରେ ଧୂଳି ଦେଇ କଳାହାଣ୍ଡି ଜିଲ୍ଲାରେ ବେଆଇନ ଜୁଆ ଖେଳ ଚାଲିଥିବା ଅଭିଯୋଗ ରହିଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇଥିଲା। ଗୋଳାମୁଣ୍ଡା ପୋଲିସ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି ପୋଲିସ ୬ ଜଣ ଜୁଆଡି କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮ ଟି ବାଇକ, ୬ ଟି ମୋବାଇଲ ଫୋନ, ନଗଦ ୯୫ ହଜାର ଟଙ୍କା, ୩ ସେଟ ତାସ ପତି, ତାରପାଉଲିନ ଇତ୍ୟାଦି ସମେତ ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ସୁଚନା ଅନୁଯାୟୀ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ଶେଷ ମୁଣ୍ଡରେ ଥିବା ଟିକେନ୍ ଜୋର ନାଳ ନିକଟରେ ଜୁଆ ଖେଳ ଚାଲୁଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଅତର୍କିତ ଚଢାଉ କରିଥିଲା। ଚଢାଉ ସମୟରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଗୋଲାମୁଣ୍ଡା ଥାନା କେଶ ନଂ. ୯୦/୨୦୨୨ ୩ଓପିଜି ଆଇନ ରେ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଚିଚୈଗୁଡା ର ପ୍ରକାଶ ଚନ୍ଦ୍ର ମେହେର(୫୬), ସାନଚେରଗାଁର ଅନନ୍ତ ସାହୁ (୩୯), କଗୋଁ ର ନବ ପୁଟେଲ (୪୨), ସିନାପାଲିର ଦେବେନ୍ଦ୍ର କଟା, ଲିମସେର ଗାଂର ନୃପରାଜ ମେହେର ଓ ଅରକ୍ଷିତ ମେହେର କୁ ପୋଲିସ ଗିରଫ କରି  ରେ ଏକ କେଶ ରୁଜ୍ଜୁ କରି ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆଆଡ୍ଡା ଚଢ଼ାଉ: ୧୪ ଜୁଆଡ଼ି ଗିରଫ ହେବା ସହ ୯ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମାର ପୂର୍ଣ୍ଣିମା ଶେଷ ହୋଇଯାଇଥିଲେ ମଧ୍ୟ ଅଭ୍ୟାସଗତ ଜୁଆଡ଼ିମାନେ ସେମାନଙ୍କ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଅଭ୍ୟାସଗତ ଜୁଆଡ଼ିମାନେ ବିଭିନ୍ନ ନିକାଞ୍ଚନ ସ୍ଥାନ, କୋଠଘର, ହୋଟେଲ୍‌, ପଡ଼ିଆରେ ଜମା ହୋଇ ଜୁଆଖେଳ ଖେଳୁଛନ୍ତି। ଏହାଦ୍ୱାରା ସେମାନେ ସର୍ବସ୍ୱନ୍ତ ହେବା ସହ ପରିବାର ଲୋକେ ମଧ୍ୟ ଦାଣ୍ଡର ଭିକାରୀ ସାଜୁଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି ସନ୍ଧ୍ୟା ସମୟରେ ଧର୍ମନଗରରେ ଚଢ଼ାଉ କରି ୧୪ଜୁଆଡ଼ିକୁ ଗିରଫ କରିବା ସହ ୯ ଲକ୍ଷ ୨୯ ହଜାର ଟଙ୍କା ଜବତ ହୋଇଛି।

ସୂଚନାଯୋଗ୍ୟ ଧର୍ମନଗର ଅଂଚଳରେ ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଥାନାଧିକାରୀ ସୁରେଶ ତ୍ରିପାଠୀ ଖବରପାଇ ଚଢ଼ାଉ କରିଥିଲେ। ଅତର୍କିତ ଚଢ଼ାଉରେ ଜୁଆଡ଼ିମାନେ ପୋଲିସ୍ ହାବୁଡ଼ରେ ପଡ଼ିବା ସହ ୯ଲକ୍ଷ ୨୯ ହଜାର ଟଙ୍କା, ୧୦୪ଟି ତାସ୍ କାଟା, ଜରିପାଲ ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁଆଆଡ୍ଡା ଉପରେ ଚଢ଼ାଉ: ୮ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ଜୋର୍‌ଦାର କରାଯାଇଛି। ଟାଉନ୍‌ଥାନା ଅଂଚଳଟି ସହରର ମଧ୍ୟଭାଗରେ ଅବସ୍ଥିତ ଥିବାବେଳେ ଏଠାରେ ବଡ଼ଧରଣର ଜୁଆଆଡ୍ଡାମାନ ଚାଲିଥିବା ଜଣାପଡ଼ିଛି। ଜୁଆଡ଼ିମାନେ ରୀତିମତ ହୋଟେଲ୍‌, ନିକାଞ୍ଚନ ସ୍ଥାନମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଜୁଆଖେଳି ସ୍ୱର୍ବସ୍ୱାନ୍ତ ହେଉଛନ୍ତି। ତେବେ ଥାନା ପକ୍ଷରୁ ଯେତେ ଚଢ଼ାଉ କଲେ ବି ଏମାନେ ଏହାକୁ ଖାତିର ନ କରି ପୁଣି ଜୁଆଖେଳ ଜାରି ରଖୁଛନ୍ତି। ଏନେଇ ଗତକାଲି ମଧ୍ୟରାତ୍ରରେ ଟାଉନ୍ ଥାନା ପକ୍ଷରୁ କର୍ପୋରେସନ ରୋଡ଼୍ ନିକଟ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ୮ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୫୨ଯୋଡ଼ି ତାସ୍‌, ଜରି ପାଲ ମଧ୍ୟ ପୋଲିସ୍ ଜବତ କରିଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ୨୫ ତାରିଖ ରାତ୍ର ମଧ୍ୟରେ ଗେଟ୍‌ବଜାର ଓଆର୍‌ଟି କଲୋନୀରେ ଚଢ଼ାଉ ହୋଇ ୯ ଜଣ ଜୁଆଡ଼ିକୁ ଗିରଫ କରିଥିବା ଟାଉନ୍ ଥାନା ପୋଲିସ୍। ସେହିପରି ଗତ ୨୧ ତାରିଖ ରାତ୍ରରେ ମଧ୍ୟ ଏହି କର୍ପୋରେସନ ଅଂଚଳରେ ହିଁ ଚଢ଼ାଉ କରି ୧୧ ଜୁଆଡ଼ିକୁ ଗିରଫ କରିବା ସହ ୮୮ହଜାର ୪୦୦ ଟଙ୍କା ଜବତ କରିଥିଲା ଟାଉନ୍‌ଥାନା ପୋଲିସ୍। ତେବେ ସେହି ଅଂଚଳରେ ପୁଣି ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବାରୁ ସ୍ପଷ୍ଟ ବାରି ହେଉଛି ଯେ ଜୁଆଡ଼ିଙ୍କ ପୋଲିସ୍ ପ୍ରତି ଭୟ ନାହିଁ। ତେବେ ଟାଉନ୍‌ଥାନା ପକ୍ଷରୁ ଏଭଳି ବାରମ୍ବାର ଚଢ଼ାଉକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜୁଆଆଡ୍ଡା ଚଢ଼ାଉ: ୧୧ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମାରପୂର୍ଣ୍ଣିମା ପାଖେଇ ଆସୁଥିବାବେଳେ ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗର ନିଗମରେ ଜୁଆଆଡ୍ଡା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ବିରୋଧରେ ଜୋର୍‌ଦାର ଚଢ଼ାଉ ଜାରି ରହିଥିଲେ ମଧ୍ୟ କିଛି ଅମାନିଆ ଜୁଆଡ଼ି ନିଜର ସର୍ବସ୍ୱ ହାରି ମଧ୍ୟ ଜୁଆଖେଳ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ଗତକାଲି ରାତ୍ରିରେ ବୈଦ୍ୟନାଥପୁର ପୋଲିସ୍ ପକ୍ଷରୁ ଅନନ୍ତ ନଗର ପ୍ରଥମ ଗଳିରେ ଚଢ଼ାଉ ହୋଇ ୧୧ ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ୍। ଜୁଆଆଡ୍ଡାରୁ ୧୩ହଜାର ୮୭୦ ଟଙ୍କା ସହ ୭ଟି ମୋବାଇଲ୍ ଏବଂ ତାସ କାଟା ଜବତ ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜୁଆଆଡ୍ଡା ଚଢ଼ାଉ: ୮ ଗିରଫ ସହ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଳନ୍ଥରା ପୋଲିସ୍ ପକ୍ଷରୁ ସୋରଳ ଜଙ୍ଗସନ୍ ନିକଟରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇ ୯ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଏହି ଅଂଚଳରେ ବହୁଦିନ ହେବ ଜୁଆଆଡ୍ଡାଟି ଚାଲିଥିଲା। ଆଜି ଗୋଳନ୍ଥରା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ସୋରଳ ଛକ ଅଂଚଳରେ ଚଢ଼ାଉ କରିଥିଲେ। ୮ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ଜୁଆଆଡ୍ଡାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ୫ଟି ମୋଟର ସାଇକେଲ୍‌କୁ ମଧ୍ୟ ପୋଲିସ୍ ଜବତ କରିଛି। ଏନେଇ ଗୋଳନ୍ଥରା ଥାନାରେ ୨୧୧/୧୨.୮.୨୦୨୦/ ୩ ଓପିଜି ଆକ୍ଟରେ ମାମଲା ରୁଜୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ନଦୀକୁ ଡେଇଁ ଜଣେ ନିଖୋଜ, ଦୁଇ ଉଦ୍ଧାର

ରାଉରକେଲା : ସୁନ୍ଦରଗଡ ବିରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକିରେ ଅଘଟଣ ଘଟିଛି । ନଦୀକୁ ଡେଇଁ ଜଣେ ନିଖୋଜ ହୋଇଥିବାବେଳ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଜୁଆ ଆଡ୍ଶରେ ଚଢାଉବେଳେ ପୋଲିସ ଭୟରେ ତିନି ଜଣ ନଦୀକୁ ଡେଇଁପଡିଥିଲେ। ଦୁଇଜଣକୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ତିନିହେଁ ପୋଲିସ୍‌ ଭୟରେ କୋଏଲ ନଦୀକୁ ଡେଇଁପଡିଥିଲେ । ନିଖୋଜ ହୋଇଥିବା ଯୁବକଙ୍କ ଉଦ୍ଧାର ଜାରି ରଖିଛି ଅଗ୍ନିଶମ ବାହିନୀ ।