Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବାସୀ ଓଡ଼ିଆଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟସରକାର: ମିଡିଆକୁ ବାରଣ, ବର୍ଡର ଚେକ୍‌ ପଏଣ୍ଟ ପାଇଁ ଏସ୍‌ଓପି
ଆଜିର ଖବର

ପ୍ରବାସୀ ଓଡ଼ିଆଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟସରକାର: ମିଡିଆକୁ ବାରଣ, ବର୍ଡର ଚେକ୍‌ ପଏଣ୍ଟ ପାଇଁ ଏସ୍‌ଓପି

May 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ଆକ୍ରାନ୍ତ ବଢୁଥିବାବେଳେ ଏହା ସରକାରଙ୍କ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଅପରପକ୍ଷରେ ରାଜ୍ୟ ସରକାର ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇବ ଆଣିବାର ବନ୍ଦୋବସ୍ତ କରିଛନ୍ତି । ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଗାଡ଼ିରେ ଫେରୁଥିବା ପ୍ରବାସୀଙ୍କ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 12ଟି ବର୍ଡର ଚେକ୍‌ ପଏଣ୍ଟ (ବିସିପି) ଲାଗି ଏସ୍‌ଓପି ଜାରି କରିଛନ୍ତି ସରକାର। କେବଳ ସ୍ଥିରୀକୃତ ବର୍ଡର ଚେକ୍‌ ପଏଣ୍ଟ ଦେଇ ଲୋକେ ପ୍ରବେଶ କରିପାରିବେ ବୋଲି ସୂଚନା ରହିଛି। ଅତିକମ୍‌ରେ ପୋଲିସ୍‌ ଇନସ୍ପେକ୍ଟର ରାଙ୍କର ଅଫିସର ଦାୟିତ୍ବରେ ରହିବେ । ଆରଟିଓ, ପରିବହନ କମିଶନରଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍‌ ସହଯୋଗ କରିବେ।  ଏଥିପାଇଁ ପରିବହନ କମିଶନର କମ୍ପ୍ୟୁଟର, ପ୍ରିଣ୍ଟର, ଡାଟା ଏଣ୍ଟ୍ରି ଅପରେଟର ଆଦି ଯୋଗାଇଦେବେ। ସେହିପର ପବାସୀ ଓଡ଼ିଆଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସୂଚନା ରହିଛି । ସେହିପରି ଜଣେ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟ ଟିମ୍‌ ମଧ୍ୟ ସେଠାରେ ମୂତୟନ କରାଯିବେ । ଫେରୁଥିବା ପ୍ରବାସୀମାନେ ଚେକିଂ ପଏଣ୍ଟରେ ପରିଚୟ ପତ୍ର ଦେଖାଇବେ । ପଞ୍ଜିକୃତ ଡାଟା ସହ ପ୍ରବାସୀଙ୍କ ପରିଚୟ ପତ୍ରକୁ ମେଳାଇବା ପରେ ଛଡାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ପ୍ରବାସୀଙ୍କ ଡାହାଣ ହାତରେ ଅଲିଭା କାଳିରେ ଫେରିବା ତାରିଖ ଲେଖାଯିବ ।

ଅପରପକ୍ଷରେ ପ୍ରବାସୀ ଓଡ଼ିଆଙ୍କ ଫେରନ୍ତା ପ୍ରସଙ୍ଗରେ ଗଣମାଧ୍ୟମ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।  ପ୍ରବାସ ଫେରନ୍ତାଙ୍କ ପହଞ୍ଚିବା ସ୍ଥଳକୁ ଯିବା ପାଇଁ ମିଡିଆକୁ ବାରଣ କରାଯାଇଛି। ରେଳ ଷ୍ଟେସନ କିମ୍ବା ଚେକ୍‌ ପଏଣ୍ଟକୁ ଯିବା ଲାଗି ମିଡିଆକୁ ବାରଣ କରାଯାଇଛି। କ୍ବାରେଣ୍ଟିନ୍‌ ଓ ଆଇସୋଲେସନ କେନ୍ଦ୍ରକୁ ମଧ୍ୟ ମିଡିଆକୁ ବାରଣ କରାଯାଇଛି। ସଂକ୍ରମଣ ଆଶଙ୍କା ଥିବାରୁ ମିଡିଆକୁ ବାରଣ କଲେ ରାଜ୍ୟ ସରକାର। ପ୍ରବାସୀଙ୍କ ଫେରିବା ସମ୍ପର୍କିତ ଫଟୋ ଓ ସମ୍ବାଦ ଯୋଗାଇ ଦିଆଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଡିଆକୁ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଏସଓପି ପ୍ରବାସୀ ଓଡିଆ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026
Latest News

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026

ଭଦ୍ରକ ଜିଲ୍ଲାରେ ଆସନ୍ତା ୩୧ ପର୍ଯ୍ୟନ୍ତ ଅଙ୍ଗନବାଡି ବନ୍ଦ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.