Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ 24 ଘଣ୍ଟାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ 36ଜଣଙ୍କ ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା 1200 ଟପିଲା
ଆଜିର ଖବର

ଗତ 24 ଘଣ୍ଟାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ 36ଜଣଙ୍କ ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା 1200 ଟପିଲା

May 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ୍‌19ର 790ଟି ମାମଲା ସାମ୍ନାକୁ ଆସିଥିବାବେଳେ 36ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଲଗାତାର ଭାବରେ ବଢୁଥିବା କରୋନା ମାମଲା ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୃତ୍ୟୁ ସଂଖ୍ୟା 521ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର ଟପିସାରିଛି ।

ମହାରାଷ୍ଟ୍ରରେ କଣ୍ଟେନମେଣ୍ଟ, ହଟ୍‌ସ୍ପଟ୍‌ ଜୋନ୍‌ ଓ ଲକ୍‌ଡାଉନକୁ ଶକ୍ତ ରୂପେ ପାଳନ କରାଯିବା ପରେ ମଧ୍ୟ ଲଗାତାର ଭାବରେ ମାମଲା ବୃଦ୍ଧି ପାଉଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 8351ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଏଠାରେ ମୃତ୍ୟୁସଂଖ୍ୟା 332 ରହିଛି । ଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରୁ 539 କରୋନା ମାମଲା ସାମ୍ନାକୁ ଆସିଛି ।

ରାଜ୍ୟରେ ଦୁଇ ହଜାର ଲୋକେ ସୁସ୍ଥ ହୋଇଥିବାବେଳେ ଏହି ସୁସ୍ଥ ଲୋକଙ୍କୁ ମଧ୍ୟ ଆଇସୋଲେଟ୍‌ରେ ରଖାଯାଉଛି । ମହାରାଷ୍ଟ୍ରରେ ଧାରାବୀ ଅଞ୍ଚଳରୁ ମାତ୍ର 2 ଦିନ ମଧ୍ୟରେ 127ଟି ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ 496ଜଣ ସଂକ୍ରମିତ ହୋଇଥିବାବେଳେ 18 ଜଣଙ୍କର ମୃତ୍ୟୁ ଘଟିଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1223ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 37,776 ରହିଥିବାବେଳେ ବିଦେଶୀ 111ଜଣ ରହିଛନ୍ତି । ସେହିପରି 10,017ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)

corona maharastra
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026

2026 T20 ବିଶ୍ୱକପ: ଆଜି ସୁପର 8 ପାଇଁ ସ୍ଥାନ ସୁରକ୍ଷିତ କରିପାରନ୍ତି ଏହି ଦୁଇଟି ଦଳ

February 17, 2026
Latest News

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026

2026 T20 ବିଶ୍ୱକପ: ଆଜି ସୁପର 8 ପାଇଁ ସ୍ଥାନ ସୁରକ୍ଷିତ କରିପାରନ୍ତି ଏହି ଦୁଇଟି ଦଳ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.