ଝାରସୁଗୁଡାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

Published: May 3, 2020, 8:36 am IST

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲାର 40 ବର୍ଷୀୟା ମହିଳା ବୋଲି ଜଣାପଡିଥିବାବେଳେ ସେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି। ପୂ୍ର୍ବରୁ ଗତ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଜଣକ 18 ବର୍ଷୀୟା ଯୁବତୀ ଥିବାବେଳେ ସେ କୋଲକତାରୁ ଫେରିଥିଲେ। ସେହିପରି ରାଜ୍ୟର 16ଟି ଜିଲ୍ଲାରେ ଏବେ କରୋନା ବ୍ୟାପି ସାରିଲାଣି।

Related posts