Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକଡାଉନ ଅବଧିରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ 52 କୋଟି ଟଙ୍କାର କାରବାର
ଆଜିର ଖବର

ଲକଡାଉନ ଅବଧିରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ 52 କୋଟି ଟଙ୍କାର କାରବାର

May 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ 52 କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା 42 କୋଟି ଟଙ୍କା । 2019 ଏପ୍ରିଲରେ ଏହା ମାତ୍ର 17 କୋଟି ଟଙ୍କା ଥିଲା ।

ଲକଡାଉନ କାଳରେ ସାରାଦେଶରେ କରୋନା ସମସ୍ୟାର ମୁକାବିଲା ପାଇଁ ଗୁରୁତ୍ୱର ଆହ୍ୱାନ ରହିଛି । ଏହି ସମୟରେ ଲୋକଙ୍କ ମଧ୍ୟରେ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିଛି । ସେହି ଆବଶ୍ୟକତା ପୂରଣ କରିବା ପାଇଁ ଜନୌଷଧି କେନ୍ଦ୍ରଗୁଡକ ପକ୍ଷରୁ ସତପରୋନାସ୍ତି ଚେଷ୍ଟା କରାଯାଉଛି । ଏହି ସମୟରେ କେବଳ ଏପ୍ରିଲ ମାସରେ ଏସବୁ କେନ୍ଦ୍ର ଦ୍ୱାରା 52 କୋଟି ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ବିକ୍ରି କରାଯାଇଛି । ଯାହା ଏକ ରେକର୍ଡ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ କେନ୍ଦ୍ରରୁ ଲୋକଙ୍କୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଖୋଲାବଜାରରେ ଉପଲବ୍ଧ ଔଷଧ ତୁଳନାରେ ଜନୌଷଧି ଔଷଧପତ୍ରର ମୂଲ୍ୟ ହାରାହାରି 50 ରୁ 90 ଶତାଂଶ କମ୍ । ଏହା ଫଳରେ ଗୋଟିଏ ମାସରେ ଦେଶର ସାଧାରଣ ଔଷଧ କ୍ରେତା ପ୍ରାୟ 300 କୋଟି ଟଙ୍କା ବଂଚାଇ ପାରିଛନ୍ତି ।

କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଓ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସଫଳତା ପାଇଁ ଜନୌଷଧି ଷ୍ଟୋର ପରିଚାଳକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନେ ପ୍ରତିକୂଳ ପରିସ୍ଥିତି ସତ୍ୱେ ନିରଚ୍ଛିନ୍ନଭାବେ ଲୋକଙ୍କୁ ସେବା ଯୋଗାଇଥିବାରୁ ଦୁଇ ମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତ ସରକାର ଜନୌଷଧି କାର୍ଯ୍ୟକ୍ରମ ପ୍ରତି ବିଭିନ୍ନ ଅଭିନବ ବ୍ୟବସ୍ଥାରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ମାନ ଆଣିବାକୁ ଉଦ୍ୟମରତ । ଜନୌଷଧି ଯୋଜନାରେ 900 ପ୍ରକାରର ଜେନେରିକ ଔଷଧ ଓ ଡାକ୍ତରୀ ସାମଗ୍ରୀ ଦେଶର ପ୍ରତ୍ୟେକ ନାଗରିଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ।

ବ୍ୟୁରୋ ଅଫ୍ ଫାର୍ମ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଚିନ କୁମାର ସିଂହ କହିଛନ୍ତି ବିପିପିଆଇ ପକ୍ଷରୁ ସୁବିଧା ନିମନ୍ତେ ଜନୌଷଧି ସୁଗମ ଆପ୍ ବିକଶିତ କରାଯାଇଛି । ଏହା ମାଧ୍ୟମରେ ଲୋକେ ନିକଟବର୍ତ୍ତୀ ଜନୌଷଧି କେନ୍ଦ୍ର ସୁବିଧାରେ ଠାବ କରିପାରିବ । ଏହାଛଡା ଏସବୁ କେନ୍ଦ୍ରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଔଷଧପତ୍ର ଏବଂ ଡାକ୍ତରୀ ସାମଗ୍ରୀର ତଥା ସେସବୁର ମୂଲ୍ୟ ଜାଣିପାରିବେ । 32,500ରୁ ଅଧିକ ଲୋକ ଏବେ ଏହି ଆପ ବ୍ୟବହାର କରୁଛନ୍ତି । ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଜନୌଷଧି କେନ୍ଦ୍ରର ଅବସ୍ଥିତି ଓ ଅନ୍ୟାନ୍ୟ ସୁବିଧା ବିଷୟରେ ତଥ୍ୟ ଏହି ଆପରେ ଯୋଗାଇ ଦିଆଯାଉଛି ।

ଦେଶର 726 ଜିଲ୍ଲାରେ ଏବେ 6300ରୁ ଅଧିକ ଜନୌଷଧି କେନ୍ଦ୍ର କାର୍ଯ୍ୟ କରୁଛି । ଲକଡାଉନ କାଳରେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ କରିବା ପାଇଁ ଏହି କେନ୍ଦ୍ର ସମୂହ ସୋସିଆଲ ମିଡିଆରେ ସୂଚନାତ୍ମକ ତଥ୍ୟମାନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି । (ଏଜେନ୍ସି)

ଜନଔଷଧୀ ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026
Latest News

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.