ପ୍ରଥମ ଥର ପାଇଁ ପୋଲିସ୍‌ ଭୂମିକାରେ ଆୟୁଷ୍ମାନ ଖୁରାନା

Published: Mar 6, 2019, 1:49 pm IST
ayushman khurana's first look in the bollywood movie article15

ଅଭିନେତା ଆୟୁଷ୍ମାନ ଖୁରାନା ଅନୁଭବ ସିହ୍ନାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଆର୍ଟିକିଲ୍‌ ୧୫’ରେ ଜଣେ ପୋଲିସ୍‌ ଅଫିସର ଭୂମିକାରେ ନଜର ଆସିବେ । ଆୟୁଷ୍ମାନ୍‌ ପ୍ରଥମ ଥର ପାଇଁ ଏହି ଚରିତ୍ରରେ ନଜର ଆସିବେ । ନିକଟରେ ରିଲିଜ୍‌ ହୋଇଥିବା ଆୟୁଷ୍ମାନ୍‌ଙ୍କ ‘ବଧାଇ ହୋ’, ଓ ‘ଅନ୍ଧାଧୁନ୍‌’ ବେଶ୍‌ ସଫଳ ରହିଥିଲା । ତେବେ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଈଶା ତଲ୍‌ଓ୍ବାର, ମନୋଜ ପାଓ୍ବା, ସଂଜୟ ଗୁପ୍ତା, କୁମୁଦ ମିଶ୍ର, ଏମ୍‌ ନାସିର୍‌, ଆଶିଷ୍‌ ବର୍ମା, ସୁଶୀଲ୍‌ ପାଣ୍ଡେ, ଶୁଭ୍ରଜ୍ୟୋତି ଭାରତ ଓ ଜସୀନ୍‌ ଆୟୁବ୍‌ ପ୍ରମୁଖ ନଜର ଆସିବେ । ନିର୍ମାତା ନିର୍ଦ୍ଦେଶକ ଅନୁଭବ ସିହ୍ନା ପ୍ରତ୍ୟେକ ଫିଲ୍ମରେ କିଛି ଅଲଗା କରି ଦେଖାଇଥା’ନ୍ତି । ଚଳିତ ବର୍ଷ ଆସିଥିବା ତାପସୀ ପନ୍ନୁ ଓ ଋଷି କପୁର୍‌ଙ୍କ ଅଭିନୀତ ‘ମୁଲ୍କ’ କ୍ରିଟିକ୍‌ଙ୍କ ସମେତ ଦର୍ଶକଙ୍କ ମଧ୍ୟ ବିଶେଷ ଆକର୍ଷଣ କରିଥିଲା । ତେବେ ‘ଆର୍ଟିକିଲ୍‌ ୧୫’ ଏକ ଅନୁସନ୍ଧାନମୂଳକ ଡ୍ରାମା ଅଟେ । ବର୍ତ୍ତମାନର ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ପ୍ରସ୍ତୁତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ପରି ଜଣେ କଳାକାର ବେଶ୍‌ ନିଖୁଣ ଭାବରେ ଏହି ଚରିତ୍ରକୁ ଫୁଟାଇପାରିବେ ବୋଲି ଅନୁଭବ କହିଛନ୍ତି ।

Related posts