ବାଲେଶ୍ବରରୁ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

Published: May 5, 2020, 7:51 pm IST

ଭୁବନେଶ୍ବର : ବାଲେଶ୍ବରରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 24କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ 7ଜଣ ନୂତନ ମାମଲା ସାମ୍ନାକୁ ଆସିଛି। ଆଜି ସକାଳେ ଗଞ୍ଜାମରୁ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ 2ଜଣ, କଟକରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା 175 ପହଞ୍ଚିଥିବାବେଳେ 60 ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜ୍ୟରେ 114 ଆକ୍ଟିଭ କେସ୍‌ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related posts