ବଜ୍ରାଘାତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ, ମହିଳା ଗୁରୁତର

Published: May 5, 2020, 8:40 pm IST

ହେମାଙ୍ଗ ରାଉଳ

ବ୍ରହ୍ମପୁର : ଆଜି ଅପରାହ୍ନରେ ହୋଇଥିବା ବଜ୍ରାଘାତରେ ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀରେ ଜନୈକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତଜଣକ ହେଲେ ଟାଟା କଲୋନୀ ନିବାସୀ 68 ବର୍ଷୀୟ ସୁବାସ ସାହୁ। ସେ ଜଣେ ବ୍ରହ୍ମପୁର ସରକାରୀ ଆଇଟିଆଇର ଅବସରପ୍ରପ୍ତ  ଶିକ୍ଷକ। ଆଜି ଅପରାହ୍ନରେ ପ୍ରବଳ ମେଘ ବର୍ଷା ଆସିବା ଯୋଗୁଁ ଛାତ ଉପରେ ଶୁଖୁଥିବା ଲୁଗା ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ଘଡଘଡି ମାରିବା ଯୋଗୁଁ ସେ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁରବଡମେଡିକାଲକୁ ଆଣିଥିଲେ। ଡାକ୍ତର ସୁବାସ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବଜ୍ରାଘାତ ସମୟରେ ଟାଟା କଲୋନୀର ଜନୈକ ମହିଳା ଏନ. କୁନିଆଁ ମା ରେଡି ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଥାଉକି ମୃତ ସାହୁଙ୍କ ଦୁଇ ପୁଅ ସେମାନେ ବିଦେଶରେ ରହୁଛନ୍ତି । ଏହି ଭଳି ଘଡି ସନ୍ଧି ସମୟରେ ପୁଅ ମାନେ କିଭଳି ଆସିବେ ଏହାକୁ ନେଇ ପରିବାରରେ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । ଉକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Related posts