ରାଜ୍ୟରେ କରୋନା ଜନିତ ଦ୍ବିତୀୟ ମୃତ ବ୍ୟକ୍ତିଙ୍କ ତଥ୍ୟ ଜାରି

Published: May 6, 2020, 8:24 am IST

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। କରୋନାରେ ଦ୍ବିତୀୟ ମୃତ ବ୍ୟକ୍ତିଙ୍କ ତଥ୍ୟ ଦେଇଛନ୍ତି ସରକାର। ମୃତ ବ୍ୟକ୍ତିଙ୍କ ବୟସ 77 ବର୍ଷ ହୋଇଥିବାବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ମଧୁସୂଦନ ନଗର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।  ମୃତ ବ୍ୟକ୍ତିଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ସୂଚନା ରହିଛି। ତାଙ୍କର ହାଇପରଟେନସେନ, ଡାଇବେଟିସ୍‌ ଓ କିଡ୍‌ନୀଜନିତ ରୋଗ ରହିଥିଲା। କାଲି ଭୁବନେଶ୍ବର କିମସ୍‌ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୂର୍ବରୁ ମଧ୍ୟ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ 47 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 31 ଜଣ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଖୋର୍ଦ୍ଧା ଜିଲ୍ଲାରେ 14ଟି ଆକ୍ଟିଭ୍‌ କେସ୍‌ ରହିଛି। ସେହିପରି ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 177କୁ ବୃଦ୍ଧି ପାଇଥିବାବେଳେ 60 ଜଣ ସୁସ୍ଥ ହୋଇଛନ୍ତି।

Related posts