Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର : ଗତକାଲି ପରୀକ୍ଷା ହୋଇଥିବା 43ଟି ସ୍ବାବ୍‌ ନମୁନା ନେଗେଟିଭ୍‌
ଆଜିର ଖବର

ଜଗତସିଂହପୁର : ଗତକାଲି ପରୀକ୍ଷା ହୋଇଥିବା 43ଟି ସ୍ବାବ୍‌ ନମୁନା ନେଗେଟିଭ୍‌

May 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : କରୋନା ଭୂତାଣୁ କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶର ବିଭିନ୍ନ ରାଜ୍ୟର ଓଡ଼ିଆ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାକୁ ଗତ ମେ ତିନି ତାରିଖରେ 36 ଜଣ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀମାନେ ଜିଲ୍ଲାକୁ ଫେରିଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମେଡ଼ିକାଲ୍‌ ଟିମ୍‌ ଦ୍ବାରା ମ୍ୟୁନିସିପାଲିଟିର ସରଳା ଦେବୀ କଲ୍ୟାଣମଣ୍ଡପଠାରେ ସେମାନଙ୍କର ସ୍ବାବ ସଂଗୃହୀତ ହୋଇ ସେମାନଙ୍କୁ ନିଜ ନିଜ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସା ଶିବିରରେ ସଙ୍ଗରୋଧ କରାଯାଇଛି। ଗତକାଲି ସେହି 36 ଜଣ ପ୍ରବାସୀଙ୍କର ସ୍ବାବ ନମୁନା ନେଗେଟିଭ୍‌ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଦ୍ବିତୀୟ ଦିବସରେ (ମେ ଚାରି ତାରିଖ)ଦିନ 48ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଆସିଛନ୍ତି। ସେମାନଙ୍କର ସ୍ବାବ ସଂଗ୍ରହ ପରେ ସମ୍ପୃକ୍ତ ବ୍ଲକ୍‌ ଓ ମ୍ୟୁନିସ୍‌ପାଲିଟିର କ୍ବାରେଣ୍ଟାଇନ୍‌ ଶିବିରରେ ରଖାଯାଇଛି। ଗତକାଲି ମେ’ ଚାରି ତାରିଖରେ 48 ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେମାନଙ୍କ ମଧ୍ୟରୁ କେରଳ ରାଜ୍ୟର ଏର୍ଣ୍ଣାକୁଲମ୍‌ରୁ 14 ଜଣ, ଗୁଜୁରାଟର ସୁରାଟରୁ 8 ଜଣ, ବାଙ୍ଗାଲୋରରୁ 23 ଜଣ, ଛତିଶଗଡର ରାୟପୁରରୁ 2 ଜଣ ଏବଂ ମଧ୍ୟପ୍ରଦେଶରୁ 1 ଜଣ ପ୍ରବାସୀ ଓଡ଼ିଆ ଅନ୍ତର୍ଭୁକ୍ତ। ଏହି 48 ଜଣଙ୍କ ମଧ୍ୟରୁ ତିର୍ତ୍ତୋଲ୍‌ ବ୍ଲକର 17ଜଣ , ଜଗତସିଂହପୁର ମ୍ୟୁନିସ୍‌ପାଲିଟିର ତିନିଜଣ, ବାଲିକୁଦା ବ୍ଲକର 12 ଜଣ, ନାଉଗାଁର 7 ଜଣ, ଏରସମାର ତିନି ଜଣ ରଘୁନାଥୁର ବ୍ଲକର 4 ଜଣ, ବିରିଡି ବ୍ଲକର 1 ଜଣ ଏବଂ ଜଗତସିଂହପୁର ବ୍ଲକର 1 ଜଣ ରହିଛି ବୋଲି ସୂଚନା ରହିଛି । ଏହି 48ଜଣଙ୍କ ମଧ୍ୟରୁ 43ଜଣଙ୍କର  ନମୁନା ପରୀକ୍ଷା ହୋଇଥିଲା । ଏହି ସମସ୍ତ ସ୍ବାବ ନମୁନା ନେଗେଟିଭ୍‌ ଆସିଛି ବୋଲି ସୂଚନା ରହିଛି ।

ଆଜି ମଧ୍ୟାହ୍ନ ସୁଦ୍ଧା ମିଳିଥିବା ସୂଚନାରୁ ଜଣାପଡିଛି 21 ଜଣ ପ୍ରବାସୀ ଜିଲ୍ଲାକୁ ଫେରୁଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣ ଖୋର୍ଦ୍ଧା ଓ 1 ଜଣ ଗଞ୍ଜାମରୁ ଆସିବେ। ନାଉଗାଁ ବ୍ଲକ୍‌ ଅଞ୍ଚଳର 13 ଜଣ ପଶ୍ଚିମବଙ୍ଗରୁ ଫେରୁଛନ୍ତି। ସେହିପରି ବାଲିକୁଦା ବ୍ଲକ ଅଞ୍ଚଳର ଦୁଇ ଜଣ ଛତିଶଗଡରୁ ଓ 1 ଜଣ ଝାଡଖଣ୍ଡରୁ ଫେରୁଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆଙ୍କର ସରଳାଦେବୀ କଲ୍ୟାଣ ମଣ୍ଡପରେ ସ୍ବାବ ସଂଗ୍ରହ ପରେ ସେମାନଙ୍କୁ ବ୍ଲକ୍‌ ଓ ମ୍ୟୁନିସ୍‌ପାଲଟି କ୍ବାରେଣ୍ଟାଇନ୍‌ ସେଣ୍ଟରକୁ 14 ଦିନ ସଙ୍ଗରୋଧ ନିମେନ୍ତ ପଠାଇ ଦିଆଯିବ। ବିଶ୍ବ ମହାମାରୀ କୋଭିଡ୍‌ -19ର ଦ୍ରୁତ ସଂକ୍ରମଣକୁ ପ୍ରତିରୋଧ କରିବା ଓ ଅପ୍ରୀତିକର ପରିଣାମ ଯେପରି ନ ଘଟିବାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମଗ୍ର ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ 12 ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ କାମ ନଥିଲେ ଲୋକମାନଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତୃତୀୟ ତାଲାବନ୍ଦ ସମୟରେ ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌ନାସିୟମ୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ, ସୁଇମିଂ ପୁଲିସ୍‌, ପାର୍କ, ଥିଏଟର, ବାର, ଅଡିଟୋରିୟମ୍‌ ଗୁଡିକ ବନ୍ଦ ରହିବ। ସମସ୍ତ ସାମାଜିକ, ରାଜେନୈତିକ, କ୍ରୀଡ଼ା, ଅମୋଦ ପ୍ରମୋଦ, ବିଦ୍ୟାଳୟ, ମହାବିଦ୍ୟାଳୟ, ସାଂସ୍କୃ୍ତିକ, ଧାର୍ମିକ କାର୍ଯ୍ୟ, ଅନ୍ୟାନ୍ୟ ଜନସମାବେଶ ଜିଲ୍ଲାରେ ଏହି ସମୟ ମଧ୍ୟରେ ଅନୁଷ୍ଠିତ ହୋଇ ପାରିବ ନାହିଁ। ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ, ପୂଜାସ୍ଥଳୀଗୁଡିକ ସର୍ବସାଧାରଣଙ୍କ ଦର୍ଶନ ନିମେନ୍ତ କଟକଣା ଜାରି କରାଯାଇଛି। ଜିଲ୍ଲାରେ ଚା ଦୋକାନ, ହୋଟେଲ୍‌ (ଅନୁମତି ବିହୀନ), ରେଷ୍ଟୁରାଣ୍ଟ (ଅନୁମତି ପ୍ରାପ୍ତ ଗୃହ ଡେଲିଭରି ବ୍ୟତୀତ) ଇଲୋକ୍ଟ୍ରାନିକ୍ସ ଦୋକାନ, ଗହଣା ଦୋକାନ, ବିଉଟି ପାର୍ଲର, ସେଲୁନ୍‌, ସ୍ପା, ଜିମ୍‌ନାସିୟମ୍‌, ସୁଇମିଂଫୁଲ୍‌, ଫାଷ୍ଟଫୁଡ୍‌ (ଠେଲାଗାଡି), ଟିଫିନ୍‌ ଷ୍ଟଲ୍‌, ଗହଣା ଦୋକାନ, ପାନଦୋକାନ,ଟୋବାକୋ, ଗୁଟ୍‌ଖା, ଚୁଇଙ୍ଗମ୍‌ ଆଦି ଖୋଲି ପାରିବ ନାହିଁ । ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବ । ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ (ଔଷଧ ଦୋକାନ) ବ୍ୟତୀତ ଓ ଅଣ ଅତ୍ୟାବଶ୍ୟକୀୟ ଦୋକାନ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର କରି ଧାର୍ଯ୍ୟ ସମୟ ସକାଳ 7ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଚାଲି ପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.