
ରମେଶ ମହାନ୍ତି
ଜଗତସିଂହପୁର: ଆଜି ଅପରାହ୍ନରେ ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାର ରହିଥିଲେ। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ନାଉଗାଁ ବ୍ଲକ୍ର ବୋଲି ଜଣାପଡିଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏନେଇ ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି। ଜଗତସିଂହପୁରର ୪ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନଙ୍କ ବୟସ ୨୬, ୩୦, ୩୨ ଏବଂ ୪୭ ବୋଲି ଜଣାପଡିଛି।