ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣା : ଏଲ୍‌ଜି ପଲିମରକୁ 50 କୋଟିର ଅର୍ଥଦଣ୍ଡ

Published: May 8, 2020, 2:14 pm IST

ବିଶାଖାପଟ୍ଟନମ୍‌ : ବିଶାଖାପାଟଣାରେ ଗତକାଲି ଘଟିଥିବା ଗ୍ୟାସ୍‌ ଲିକ୍‌ ଘଟଣାରେ ଦୋଷୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶୁକ୍ରବାର କମ୍ପାନୀକୁ 50 କୋଟିର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଗତକାଲିର ଗ୍ୟାସ୍‌ ଟ୍ରାଜେଡିରେ 11 ଜଣଙ୍କର ପ୍ରାଣହାନି ଘଟିବା ସହିତ ଶତାଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଉକ୍ତ ଫ୍ୟାକ୍ଟ୍ରି ଯିବାସହିତ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆଜି କମ୍ପାନୀକୁ ଏହି ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମୃତ ବ୍ୟକ୍ତିଙ୍କ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ 1 କୋଟିର ସହାୟତା ରାଶି ଘୋଷଣା କରାଯାଇଛି । (ଏଜେନ୍ସି)

Related posts