Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟାଳୟ ବନ୍ଦ ରହିପାରେ ମାତ୍ର ଶିକ୍ଷା ନୁହେଁ : ସମୀର ଦାଶ
ଆଜିର ଖବର

ବିଦ୍ୟାଳୟ ବନ୍ଦ ରହିପାରେ ମାତ୍ର ଶିକ୍ଷା ନୁହେଁ : ସମୀର ଦାଶ

May 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ବିଦ୍ୟାଳୟ ବନ୍ଦ ରହିପାରେ ମାତ୍ର ଶିକ୍ଷା ନୁହେଁ ବୋଲି ମତ ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାଶ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୧୪ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅଲୋଚନା ସମୟରେ ଶିକ୍ଷା ମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ସମ୍ପ୍ରତି କରୋନା ମହାମାରୀ କାରଣରୁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖାଯାଇଥିବା ବେଳେ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ପାଠ ପଢାଯାଉଛି । ବିଦ୍ୟାର୍ଥୀ ମାନଙ୍କୁ ଅନ୍‌ଲାଇନ୍‌ରେ ପାଠ ପଢାଇ ଆଦର୍ଶ ବିଦ୍ୟାଳୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଦ୍ୟାଳୟର 60ରୁ 70 ପ୍ରତିଶତ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହେଉଛନ୍ତି । ଗୁଗୁଲ୍‌ ମିଟ୍‌ ଆପ୍‌ ଏବଂ ହ୍ବାଟ୍‌ସଆପ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବା ସହିତ ପରୀକ୍ଷା ମଧ୍ୟ କରାଯାଉଛି ।

ଓଡିଶାରେ ଆଦର୍ଶ ବିଦ୍ୟାଳୟକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ନଦର୍ଣ୍ଣ, ସଦର୍ଣ୍ଣ ଏବଂ ସେଣ୍ଟ୍ରାଲ ଜୋନ୍‌ରେ ବିଭକ୍ତ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭିଡିଓ କନ୍‌ଫରେନ୍ସିଂରେ ଅଂଶଗ୍ରହଣ କରୁଛନ୍ତି । ଉପଦେଷ୍ଟା ବିଜୟ କୁମାର ସାହୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଗୁରୁବାର ଏବଂ ଶୁକ୍ରବାର ନୋଡାଲ ପ୍ରିନ୍ସିପାଲଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ହେଉଛି ।

samirdas
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025
Latest News

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025

ମୋଦୀଙ୍କ ଏହି ବୟାନରେ ଜେଲେନସ୍କି କ୍ଷୁବ୍ଧ: ଜାଣନ୍ତୁ କ’ଣ କହିଲେ ୟୁକ୍ରେନୀୟ ରାଷ୍ଟ୍ରପତି?

December 31, 2025

ଚୀନକୁ ବଡ଼ ଝଟକା ଦେଲା ଭାରତ: ଏହି ଜିନିଷ ଉପରେ ତିନି ବର୍ଷ ପାଇଁ ଲଗାଇଲା ଶୁଳ୍କ

December 31, 2025

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.