
ଭୁବନେଶ୍ବର : ଚଳିତ ମେ ମାସ 20 ତାରିଖରୁ ମେଟ୍ରିକ୍ ପରୀକ୍ଷା ଖାତା ଦେଖା ଆରମ୍ଭ ହେବାକୁ ଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମେ 19 ସୁଦ୍ଧା ପରୀକ୍ଷା ନୀରିକ୍ଷକ ସମସ୍ତ ସ୍କୁଲରେ ପହଞ୍ଚିବା ସହିତ ଖାତା ଦେଖା ଆରମ୍ଭ କରିବେ । ଖାତା ମୂଲ୍ୟାୟନ ନେଇ ବୈଠକ ଅନୁଷ୍ଠିତ ହେବ ପରେ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ପରୀକ୍ଷା ଖାତା ମୂଲ୍ୟାୟନ ସମୟରେ ସାମାଜିକ ଦୂରତ୍ବର ଧ୍ୟାନ ରଖାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
Tags: metricresult, samirdas