
ଭୁବନେଶ୍ବର : ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 289ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରୀନ୍ ଜୋନ୍ରେ ରହିଥିବା ନୟାଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ 40 ବର୍ଷର ପୁରୁଷ ଏବଂ ସେ ନିକଟରେ ସୁରତରୁ ଫେରି କ୍ବାରେଣ୍ଟାଇନ୍ରେ ଥିଲେ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 289ରେ ପହଞ୍ଚିଥିବା ବେଳେ ତାମଧ୍ୟରୁ 68 ଜଣ ସୁସ୍ଥ ହେଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।