କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟରେ ଦିନକୁ ଦିନ ନାରୀ ଅତ୍ୟାଚାର ବଢିଚାଲିଛି। ସରକାର ଯେତେ ନୀତି ନିୟମ ବାହାର କରିଥିଲେ ମଧ୍ୟ ଅପରାଧିମାନେ ନାରୀମାନଙ୍କ ପ୍ରତି ପାଶବିକ ଅତ୍ୟାଚାର କରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଂଚାୟତର କୁଡାନାଳି ଗ୍ରାମରେ । ଜନୈକା ଦିବ୍ୟାଙ୍ଗ ମହିଳା (୨୮)ଗତ ତା ୮/୫ ରେ ସକାଳ ୯ ଘଟିକା ସମୟରେ ତାଙ୍କ ଖୁଡି ଘରକୁ ବୁଲିବାକୁ ଯାଇଥିବା ସମୟରେ ଘରେ କେହି ନଥିବାର ସୁଯୋଗ ପାଇ ଗ୍ରାମର ବୈରାଗୀ ମାଝି ନାମକ ବ୍ୟକ୍ତି ତାଙ୍କ ଘରକୁ ନେଇ ଜୋର ଜବରଦସ୍ତ ଏକ କୋଠରୀ ଭିତରେ ରଖି ଦୁଷ୍କର୍ମ କରିଥିଲା। ସେ ସଂପୂର୍ଣ୍ଣ ଦିବ୍ୟାଙ୍ଗ ଥିବାରୁ ପାଟି ଖୋଲି ପାରି ନ ଥିଲା। ଦିବ୍ୟାଙ୍ଗ ମହିଳା ଜଣକ ଘରେ ନଥିବାର ଦେଖି ତାଙ୍କ ଭାଇ ତାଙ୍କୁ କର୍ଣ୍ଣ ମାଝୀ ତାଙ୍କୁ ଖୋଜି ଥିଲେ। ଏହା ପରେ ସେ ବୈରାଗୀ ଘରକୁ ଯାଇ ଏସବୁ ଘଟଣା ସମ୍ପର୍କରେ ଜାଣିପାରିବାକୁ ପାଇଥିଲେ।
ଘଟଣା ସମ୍ପର୍କରେ ବାପାଙ୍କୁ କହିଥିଲେ। ବାପ ପୁଅ ଆସି ଡାକିବାରୁ ସେ କବାଟ ଖୋଲିଲା ନାହିଁ। କିଛି ସମୟ ପରେ ଦିବ୍ୟାଙ୍ଗ ମହିଳାଟିକୁ ବାହାରକୁ ଫିଙ୍ଗି ଦେଲା। ସେ ଲାଜରେ ଜଙ୍ଗଲ ଆଡକୁ ପଳାଇଲା। ଗାଁର ଧବଳ ନାଏକ ନାମକ ବ୍ୟକ୍ତି ଜଙ୍ଗଲରୁ ଦିବ୍ୟାଙ୍ଗକୁ ଉଦ୍ଧାର କରି ଘରକୁ ଆଣିଲା। ଗତକାଲି ରାତି ହୋଇଯିବାରୁ ଥାନା ଆସି ଅଭିଯୋଗ କରିପାରି ନ ଥିଲେ ଦିବ୍ୟାଙ୍ଗ ଆଜି ନାକଟିଦେଉଳ ଥାନାକୁ ଆସି ଲିଖିତାକାରରେ ଅଭିଯୋଗ କରିଛନ୍ତି ପୀଡ଼ିତା ଦିବ୍ୟାଙ୍ଗ। ନାକଟିଦେଉଳ କେସ୍ ନଂ ୭୦, ଦଫା-୩୭୬ ରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡିଛି। ଅପରାଧି ଫେରାର ଥିବା ନାକଟିଦେଉଳ ଥାନାଧୀକାରୀ ଇସ୍ମାଇଲ ଏକ୍କା ଆମ ପ୍ରତିନିଧିଙ୍କଠାରେ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କର ଡାକ୍ତରୀମାଇନା ଆସନ୍ତାକାଲି କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି।