Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରସିଏଫର ସଫଳତା : କରୋନା ସତ୍ତ୍ୱେ, ଏନପିକେ ସାର ସୁଫଳା ବିକ୍ରିରେ 35% ବୃଦ୍ଧି
ଆଜିର ଖବର

ଆରସିଏଫର ସଫଳତା : କରୋନା ସତ୍ତ୍ୱେ, ଏନପିକେ ସାର ସୁଫଳା ବିକ୍ରିରେ 35% ବୃଦ୍ଧି

May 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କୋଭିଡ-19 ମହାମାରୀ କାରଣରୁ ଜାରି ହୋଇଥିବା ଲକଡାଉନ ଫଳରେ ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଗୁରୁତର ଆହ୍ଵାନ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତ ସରକାରଙ୍କ ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଷ୍ଟ୍ରୀୟ କେମିକଲ୍ସ ଫର୍ଟିଲାଇଜର୍ସ (ଆରସିଏଫ) ଲିମିଟେଡ ଉନ୍ନତ ପ୍ରଦର୍ଶନ କରି ଏନପିକେ ସାର ସୁଫଳା ବିକ୍ରିରେ 2019 ଏପ୍ରିଲ ତୁଳନାରେ 2020 ଏପ୍ରିଲରେ 35.47 ପ୍ରତିଶତ ବୃଦ୍ଧି ହାସଲ କରିଛି।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡ଼ା କୃଷିର ପୋଷକ ଉପାଦାନ ଆବଶ୍ୟକତା ପୂରଣ କରିବା ଲାଗି ଆରସିଏଫକୁ ଅଭିନନ୍ଦନ ଜଣାଇଛନ୍ତି। କୃଷକମାନେ ଏହି ସାର ପାଇବା ଫଳରେ ଅଧିକ ଫସଲ ଅମଳର ଲାଭ ପାଇପାରିବେ। ମନ୍ତ୍ରଣାଳୟର ଅଧୀନ ବିଭିନ୍ନ ସାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କୋଭିଡ-19 ମହାମାରୀର ନିରାକରଣ ଲାଗି ଘୋଷିତ ଲକଡାଉନର ସାମ୍ନା କରୁଥିବା କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି କଠିନ ପରିଶ୍ରମ କରୁଥିବା ନେଇ ଶ୍ରୀ ଗୌଡ଼ା ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ଗୌଡ଼ା କହିଛନ୍ତି ଯେ ସାର ବିଭାଗ ବ୍ୟତୀତ, ସେ ବ୍ୟକ୍ତିଗତ ଭାବେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର କୃଷି ମନ୍ତ୍ରଣାଳୟ ଓ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକରେ ନିଜର ସମକକ୍ଷ ମାନଙ୍କ ସହିତ ଯୋଗାଯୋଗ ରଖିଛନ୍ତି। ଯାହାଫଳରେ ଫସଲ ବୁଣିବା ଋତୁରେ ଆବଶ୍ୟକ ସାର ଉତ୍ପାଦନ, ପରିବହନ ଏବଂ ବିତରଣ ସୁବିଧା ପ୍ରଦାନ କରାଯାଇପାରିବ।

ଆରସିଏଫର ସିଏମଡି ଶ୍ରୀ ଏସସି ମୁଦଗେରିକର ଏକ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ-19 ମହାମାରୀର ଏହି କଠିନ ସମୟରେ, ଆରସିଏଫ ପକ୍ଷରୁ ମହାରାଷ୍ଟ୍ର କୃଷି ବିଭାଗ ସହାୟତାରେ କୃଷକମାନଙ୍କୁ ନିରନ୍ତର ସାର ଯୋଗାଇ ଦେଇଛି। କୃଷକମାନଙ୍କ ସୁରକ୍ଷା ନିମନ୍ତେ ଜମି ନିକଟରେ ସାର ବିତରଣ କରାଯାଉଛି। ଏହାବ୍ୟତୀତ, ଆରସିଏଫର ଟ୍ରମ୍ବେ ୟୁନିଟ 6.178 ଏମକେସିଏଏଲ/ଏମଟି ସହିତ ଇନ୍ଧନ ଦକ୍ଷତାରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି।

ଆରସିଏଫ କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ 83.56 ଲକ୍ଷ ଟଙ୍କା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 83.50 ଲକ୍ଷ ଟଙ୍କାର ଅର୍ଥଦାନ କରିଛି ।  ଏହାବ୍ୟତୀତ ଏହି ଉଦ୍ୟୋଗର କର୍ମଚାରୀମାନେ ଉପରୋକ୍ତ କାର୍ଯ୍ୟ ଲାଗି ଦିନକର ବେତନ ଯୋଗଦାନ ଦେଇଛନ୍ତି। ଏହା ସିଏସଆର ଅନ୍ତର୍ଗତ ଆରସିଏଫ ପକ୍ଷରୁ ଦିଆଯାଇଥିବା 50 ଲକ୍ଷ ଟଙ୍କା ଠାରୁ ଅଲଗା ଦିଆଯାଇଛି।

ଆରସିଏଫ ଏକ “ମିନି ରତ୍ନ” ଉଦ୍ୟୋଗ, ଯାହା ଦେଶରେ ସାର ଏବଂ ରସାୟନର ପ୍ରମୁଖ ଉତ୍ପାଦନକାରୀଙ୍କ ମଧ୍ୟରୁ ଅନ୍ୟତମ। ଏହି କମ୍ପାନୀ ୟୁରିଆ, କମ୍ପ୍ଲେକ୍ସ ସାର, ଜୈବିକ ସାର, ସୂକ୍ଷ୍ମ ସାର-ତତ୍ତ୍ଵ, ପାଣିରେ ମିଶୁଥିବା ସାରା, ମୃର୍ତ୍ତିକା ସ୍ଵାସ୍ଥ୍ୟ ବର୍ଦ୍ଧକ (କଣ୍ଡିସନର) ଏବଂ ଅନ୍ୟ ପ୍ରକାରର ଔଦ୍ୟୋଗିକ ସାର ପ୍ରସ୍ତୁତ କରିଥାଏ। ଉଜ୍ଜ୍ୱଳା ୟୁରିଆ ଏବଂ ସୁଫଳା କମ୍ପ୍ଲେକ୍ସ ସାର ବ୍ରାଣ୍ଡ ସହିତ କମ୍ପାନୀ ଗ୍ରାମୀଣ ଭାରତରେ ବିଶେଷ ଲୋକପ୍ରିୟ ହୋଇପାରିଛି। ଏହି ଦୁଇଟି ବ୍ରାଣ୍ଡର ଇକ୍ୟୁଟି ଅତ୍ୟନ୍ତ ଉଚ୍ଚ ରହିଛି। ସାର ବ୍ୟତୀତ ଆରସିଏଫ ବହୁ ପରିମାଣରେ ଔଦ୍ୟୋଗିକ ରାସାୟନିକ ମଧ୍ୟ ଉତ୍ପାଦନ କରିଥାଏ ଯାହା ଡାଇ, ସଲଭେନ୍ସ, ଚମଡ଼ା, ଫାର୍ମାସ୍ୟୁଟିକାଲ୍ସ ଓ ଅନ୍ୟ ଶିଳ୍ପ ଉତ୍ପାଦ ଲାଗି ଅତ୍ୟନ୍ତ ଜରୁରି ଉପାଦାନ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026
Latest News

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.