
ଟିଟିଲାଗଡ : ଟିଟିଲାଗଡ଼ ସହରରେ ଆସନ୍ତା କାଲି ସକାଳ ନଅଟାରୁ ରାତି 12ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ। ଟିଟିଲାଗଡ ଉପଜିଲ୍ଲାପାଳ ଏହି କର୍ଫ୍ୟୁ ଜାରି କରିଛନ୍ତି । ଆସନ୍ତା କାଲି ମହାରାଷ୍ଟ୍ର ପାନଭିଲରୁ ସ୍ପେଶାଲ୍ ଟ୍ରେନ୍ ଟିଟିଲାଗଡ ଆସୁଥିବାରୁ ଏହି କର୍ଫ୍ୟୁ ଲଗାଯାଉଛି । ଟିଟିଲାଗଡ ଷ୍ଟେସନରେ ଶତାଧିକ ଶ୍ରମିକ ଓହ୍ଲାଇବା ସମ୍ଭାବନା ରହିଛି । ସମସ୍ତଙ୍କୁ ସୁରୁଖୁରୁରେ କ୍ବାରେଣ୍ଟିନ୍ କେନ୍ଦ୍ରରେ ପହଞ୍ଚାଇବା ପାଇଁ କର୍ଫ୍ୟୁ ଜାରି କରାଯାଉଛି । କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।