Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ: କରୋନା କଟକଣାକୁ ମାନିବା ଲାଗି ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି। କରୋନା ବିପକ୍ଷରେ ଦେଶ ବଡ ଲଢେଇ ଲଢୁଛି। ଏହି ମହାମାରୀରେ ଯେଉଁମାନଙ୍କ ପ୍ରଣାହାନି ଘଟିଛି, ସେମାନଙ୍କ ପ୍ରତି ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶଂସନୀୟ। ପୂର୍ବରୁ ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢିଥିଲେ। କରୋନା ବାତ୍ୟା ଭଳି ମାଡି ଚାଲିଥିଲେ ମଧ୍ୟ ଆମେ ଧର୍ଯ୍ୟ ହରାଇବା ନାହିଁ ବୋଲି ମୋଦୀ କହିଛନ୍ତି।

ଗତକାଲି ଟୀକା ଉପରେ ଏକ ବଡ ନିଷ୍ପତ୍ତି ନିଯାଇଆଛି। ମେ’ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯାଉଛି। ବୈଜ୍ଞାନିକମାନେ କମ ସମୟରେ ଦୁଇଟି ଟୀକା ବିକଶିତ କରିଛନ୍ତି। କମ ମୂଲ୍ୟରେ ଦେଶରେ ଟୀକା ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ବିଶ୍ଵର ସବୁଠାରୁ ବଡ ଟୀକାକରଣ ଜାରି ରହିଛି।

ଯଦି ଆମେ କରୋନା କଟକଣାକୁ ସଠିକ ଭାବେ ମାନିବା, ତେବେ ଦେଶରେ କୌଣସି କର୍ଫ୍ୟୁ କିମ୍ବା ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମୋଦୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଆଜି ତିନି ଘଣ୍ଟା କର୍ଫ୍ୟୁ କୋହଳ

ପୁରୀ  : ପୁରୀରେ ଆଜି ସନ୍ଧ୍ୟା 6ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ କ୍ଫ୍ୟୁ କୋହଳ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍‌ଲାପାଳ ବଲଓ୍ବନ୍ତ ସିଂହ । ତେବେ ରାତି 9ଟାରୁ ସକାଳ 5ଟ ଯାଏଁ କର୍ଫ୍ୟୁ ଜାରି ରହିବ ।

କାଲି ସକାଳ 5ଟାରୁ ଅପରାହ୍ନ 3ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । କାଲି ଅପରାହ୍ନ 3ଟାରୁ ରାତି 10ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥ ଥିବାରୁ କାଲି ଦିନ ତମାମ ସିଂହଦ୍ବାର ଆଗରେ କର୍ଫ୍ୟୁଜାରି ରହିବ । ଦିନ ତମାମ ମାର୍କେଟ୍‌ ଛକରୁ ସିଂହଦ୍ବାର ଯାଏଁ କର୍ଫ୍ୟୁ ଲାଗୁ ରହିବ ।

କରୋନା ପାଇଁ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା କରାଯାଇଛି । ନେଗେଟିଭ୍‌ ଆସିଥିବା ସେବାୟତଙ୍କ ଦ୍ବାରା ରଥ ଟଣା ହୋଇଛି । ବାହୁଡା ପାଇଁ ମଧ୍ୟ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାରେ ବାହୁଡା ଯାତ୍ରା ସମାପନ କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କର୍ଫ୍ୟୁ ସମୟରେ ବାଣପୁରରୁ ଗାଡି ଚୋରି

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଲକ୍‌ଡାଉନ୍‌ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଗାଡି ଚୋରି ହୋଇଛି। ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ସମ୍ମୁଖରୁ ଏକ ଗାଡି ଚୋରି ହୋଇଛି। ଘଟଣାରୁ ପ୍ରକାଶ ଯେ, ଗାଡିର ମାଲିକ ୯ ନମ୍ବର ଓ୍ବାର୍ଡର ରମେଶ ଚନ୍ଦ୍ର ନାୟକ କେନ୍ଦ୍ରାପଡାରୁ ଫେରିବା ପରେ ଦକ୍ଷପ୍ରଜାପତି ମନ୍ଦିର ସାମ୍ନାରେ ଗାଡି ପାର୍କ କରିଥିଲେ। ପିକ୍‌ଅପ୍‌ ଭ୍ୟାନଟିକୁ ରାତି ୧୧ ଟା ସମୟରେ ଶେଷ ଥର ଦେଖିଥିବା ବେଳେ ସକାଳ 8ଟା ବେଳକୁ ଗାଡି ଉକ୍ତ ସ୍ଥାନରେ ନଥିଲା। ଗାଡିର କିଛି ଭଙ୍ଗା କାଚ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଗାଡି ମାଲିକ ବାଣପୁର ଥାନାରେ ଗାଡି ଚୋରି ନେଇ ଅଭିଯୋଗ କରିଥିଲେ।

ସେହିପରି ଅଲାଇଡିହ ନିକଟସ୍ଥ ସୁଜିତ କୁମାର ପାଢୀଙ୍କ ପିକ୍‌ଅପ୍‌ ଭ୍ୟାନ୍‌କୁ ଚୋରି କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ତେବେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ଗାଡିଟିକୁ ବ୍ରାହ୍ମଣୀଦେବୀ ମିଷ୍ଟାନ୍ନ ଭଣ୍ଡାର ସାମ୍ନା ବାଇପାସ୍‌ ରାସ୍ତା କଡରେ ଛାଡି ପଳାଇଥିଲେ ଦୁର୍ବୃତ୍ତ। ଦୁଇଟି ଯାକ ଚୋରି ସମାନ ଦଳ ପକ୍ଷରୁ କରାଯାଉଥିବା ନେଇ ଅନୁମାନ କରାଯାଉଛି। ସୁଜିତ ଏନେଇ ବାଣପୁର ଥାନାରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବାଣପୁର ଭଗବତୀ ସାହିରୁ ଜଣକ ଘରୁ ଚୋରି ହୋଇଥିବା ବେଳେ ବଜାର ସାହିର ଜନୈକ ବ୍ୟକ୍ତିଙ୍କ ଘରେ ଚୋରି ଉଦ୍ୟମ କରାଯାଇଥିଲା। ଲକ୍‌ଡାଉନ୍‌ କାରଣରୁ ବଜାର ଘାଟ ବନ୍ଦରେ ଏପରି ଅସାମାଜିକ ତତ୍ତ୍ବଙ୍କ ବର୍ଦ୍ଧିତ ପ୍ରାଦୁର୍ଭାବ କାରଣରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ ପ୍ୟାଟ୍ରୋଲିଂ ବଢାଇବା ପାଇଁ ଦାବି କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା କାଲି ସକାଳ 9ରୁ ରାତି 12 ପର୍ଯ୍ୟନ୍ତ ଟିଟିଲାଗଡରେ ଜାରି ରହିବ କର୍ଫ୍ୟୁ

ଟିଟିଲାଗଡ : ଟିଟିଲାଗଡ଼ ସହରରେ ଆସନ୍ତା କାଲି ସକାଳ ନଅଟାରୁ ରାତି 12ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ।  ଟିଟିଲାଗଡ ଉପଜିଲ୍ଲାପାଳ ଏହି କର୍ଫ୍ୟୁ ଜାରି କରିଛନ୍ତି । ଆସନ୍ତା କାଲି ମହାରାଷ୍ଟ୍ର ପାନଭିଲରୁ ସ୍ପେଶାଲ୍‌ ଟ୍ରେନ୍‌ ଟିଟିଲାଗଡ ଆସୁଥିବାରୁ ଏହି କର୍ଫ୍ୟୁ ଲଗାଯାଉଛି । ଟିଟିଲାଗଡ ଷ୍ଟେସନରେ ଶତାଧିକ ଶ୍ରମିକ ଓହ୍ଲାଇବା ସମ୍ଭାବନା ରହିଛି । ସମସ୍ତଙ୍କୁ ସୁରୁଖୁରୁରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ପହଞ୍ଚାଇବା ପାଇଁ କର୍ଫ୍ୟୁ ଜାରି କରାଯାଉଛି । କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।