ପୁରୀରେ ଆଜି ତିନି ଘଣ୍ଟା କର୍ଫ୍ୟୁ କୋହଳ

Published: Jul 1, 2020, 6:02 pm IST

ପୁରୀ  : ପୁରୀରେ ଆଜି ସନ୍ଧ୍ୟା 6ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ କ୍ଫ୍ୟୁ କୋହଳ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍‌ଲାପାଳ ବଲଓ୍ବନ୍ତ ସିଂହ । ତେବେ ରାତି 9ଟାରୁ ସକାଳ 5ଟ ଯାଏଁ କର୍ଫ୍ୟୁ ଜାରି ରହିବ ।

କାଲି ସକାଳ 5ଟାରୁ ଅପରାହ୍ନ 3ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । କାଲି ଅପରାହ୍ନ 3ଟାରୁ ରାତି 10ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥ ଥିବାରୁ କାଲି ଦିନ ତମାମ ସିଂହଦ୍ବାର ଆଗରେ କର୍ଫ୍ୟୁଜାରି ରହିବ । ଦିନ ତମାମ ମାର୍କେଟ୍‌ ଛକରୁ ସିଂହଦ୍ବାର ଯାଏଁ କର୍ଫ୍ୟୁ ଲାଗୁ ରହିବ ।

କରୋନା ପାଇଁ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା କରାଯାଇଛି । ନେଗେଟିଭ୍‌ ଆସିଥିବା ସେବାୟତଙ୍କ ଦ୍ବାରା ରଥ ଟଣା ହୋଇଛି । ବାହୁଡା ପାଇଁ ମଧ୍ୟ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାରେ ବାହୁଡା ଯାତ୍ରା ସମାପନ କରାଯାଇଛି ।

Related posts