
କନ୍ଦର୍ପ ବେହେରା
ରେଢାଖୋଲ: କିସିଣ୍ଡା ପାଖରେ ଥିବା ଏକ ଜଳ ପ୍ରପାତରେ ଗାଧୋଉଥିବା ସମୟରେ କଂଚନପୁର ଗ୍ରାମର ଜନୈକ ଯୁବକ ମୃତ୍ୟୁବରଣ କରିଛନ୍ତି। ପ୍ରକାଶ ଯେ, କିସିଣ୍ଡା ଥାନା କଂଚନପୁର ଗ୍ରାମର ବିରଂଚି ଭୋଇଙ୍କ ପୁଅ କୃତିବାସ ଭୋଇ(୨୪) ଗତକାଲି ଗିରିଶଚନ୍ଦ୍ରପୁରଠାରେ ଦେଦେରା ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ହଠାତ୍ ସେ ଗଭୀର ପାଣିରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରି ମଧ୍ୟ ପାଣିରୁ ପାଇ ନ ଥିଲେ।
ଗତକାଲି ନାକଟିଦେଉଳ ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲ। ଆଜି କିସିଣ୍ଡା ଥାନାଧିକାରୀ, ନାକଟିଦେଉଳ ଦମକଳବାହିନୀ ଏବଂ ସମ୍ବଲପୁର ଦମକଳବାହିନୀ ବାହିନୀ ପକ୍ଷରୁ ପୁନର୍ବାର ଖୋଜାଖୋଜି ଜାରି ରହିଥିଲା। ଦୀର୍ଘସମୟ ଧରି ଖୋଜିବା ପରେ ଜଳପ୍ରପାତ ମଧ୍ୟରୁ କୃତିବାସଙ୍କ ମୃତଦେହ ଉଦ୍ଧାର କରିଥିଲା ଦମକଳ ବାହିନୀ।
Tags: କିସିଣ୍ଡା ଦେଦେରା ଜଳପ୍ରପାତ, ଯୁବକ ମୃତ