Categories
ଆଜିର ଖବର ରାଜ୍ୟ ଖବର

ଗାଡି ଧକ୍କାରେ ଯୁବକ ମୃତ!, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ହିଂଜାମୁରା ନିକଟସ୍ଥ ସିରଗିଡା ନାଳ ବୁଲାଣିରେ ଏକ କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ବାଟଗାଁ ଗ୍ରାମର ବାବୁଲି ଦେହୁରୀ (୪୪)ବୋଲି ଜଣାପଡିଛି।

ସୂଚନା ଅନୁସାରେ ବାବୁଲି ଗତକାଲି ସଂନ୍ଧ୍ୟା ୮ଟା ବେଳେ ବାଟଗାଁ ରୁ ବାଇକ ଯୋଗେ ନାକଟିଦେଉଳ ପଟକୁ ଆସୁଥିବା ବେଳେ ଏକ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ ବାବୁଲାଙ୍କୁ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସରେ ରେଢ଼ାଖୋଲ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି। ଆଜି ଦୁର୍ଘଟଣା ଘଟାଇଥିବା କାର୍ କୁ ରେଢାଖୋଲ ନିକଟସ୍ଥ ଏକ ଢାବା ନିକଟରୁ ଜବତ କରାଯାଇଛି। ହେଲେ ଗାଡି ଚାଳକ ଫେରାର୍ ଥିବା ଜଣା ପଡିଛି।

ମୃତକଙ୍କ ସାନ ଭାଇଙ୍କ ଅଭିଯୋଗ ସାହେବୀ ଗ୍ରାମର ସରପଞ୍ଚ ରାମଚନ୍ଦ୍ର ସାହୁ ମୋ ଭାଇଙ୍କୁ ଗାଡି ଚପାଇ ହତ୍ୟା କରିଛି। ଦୁର୍ଘଟଣା କରି ସେ ରେଢାଖୋଲ =କୁ ଫେରାର୍ ମାରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତକାଲି ସେଇ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।

Categories
ଆଞ୍ଚଳିକ

ଟ୍ରେନରୁ ଖସି ଯୁବକ ମୃତ ଘଟଣା: ଗାଁରେ ପହଞ୍ଚିଲା ଯୁବକଙ୍କ ମର ଶରୀର

ରଣପୁର: ଟ୍ରେନରୁ ଖସି ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିବା ଯୁବକଙ୍କ ମର ଶରୀର ଦୁଇ ଦିନ ପରେ ନିଜ ଗାଁ ରେ ପହଞ୍ଚିଥିଲା। ଯୁବକଙ୍କ ଶବ ଗାଁ ରେ ପହଁଚିଲା ପରେ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତଙ୍କ ମୁହଁରେ ଅଶ୍ରୁ ଧାର ବୋହି ଚାଲିଥିଲା। ଶେଷରେ ଯୁବକଙ୍କ ମର ଶରୀରକୁ ଗାଁ ମଶାଣିରେ ଦାହ କରାଯାଇଥିଲା।

ପରିବାରର ଅଭାବ ଅନଟନ ଯୁବକଙ୍କୁ ମାତ୍ର ୨୫ ବର୍ଷ ବୟସରେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ତେଣୁ ଯୁବକ ଜଣକ ନିଜ ପରିବାରର ଭରଣ ପୋଷଣ ପାଇଁ ଗୁଜୁରାଟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଦୀପାବଳୀ ଅବସରରେ ନିଜ ପରିବାର ତଥା ଗାଁ ସାଙ୍ଗସାଥିଙ୍କ ସହ ମିଶି ଦୀପାବଳୀ ପାଳନ କରି କିଛି ଖୁସି ମୁହୂର୍ତ ବିତାଇବା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁ ର ପ୍ରକାଶ କୁମାର ପ୍ରଧାନ ଟ୍ରେନ ଯୋଗେ ଗାଁ କୁ ଫେରୁଥିଲେ। କିଏ ଜାଣିଥିଲା ଗାଁ କୁ ଫେରିବା ବାଟରେ ମୃତ୍ୟୁ ତାକୁ ଜଗି ବସିଛି। ଜାଣିଥିଲେ ହୁଏତ ଯୁବକ ଗାଁ ଫେରି ନ ଥାନ୍ତେ। ସୃଷ୍ଟିର ଲିଖନକୁ କିଏ ବା ଏଡେଇ ପାରିବ? କିଏ ଜାଣିଥିଲା ଦୀପାବଳୀରେ ଆଲୋକ ପ୍ରଦାନ କରିବା ପରିବର୍ତ୍ତେ ନିଜ ଜୀବନ ଦ୍ବୀପକୁ ଲିଭାଇ ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇ ଏ ପାରିରୁ ଆର ପାରିକୁ ଚଳିଯିବ।

ଗୁଜୁରାଟରୁ ଗାଁ କୁ ଫେରିବା ବେଳେ ଭରଚୂନ ଷ୍ଟେସନ ନିକଟରେ ଟ୍ରେନରୁ ଖସି ମୃତ୍ୟୁ ବରଣ କରିଥିଲେ। ଦୁଇ ଦିନ ପରେ ଆଜି ତାଙ୍କର ମର ଶରୀରରେ ଗାଁ ରେ ପହଁଚିଲା ପରେ ଗାଁ ମଶାଣିରେ ଶବ ସତ୍କାର କରାଯାଇଛି। ମୃତ ପ୍ରକାଶ ତାଙ୍କ ପିତା ରତ୍ନାକର ପ୍ରଧାନ ଓ ମାତା ଜୟନ୍ତୀ ପ୍ରଧାନଙ୍କ ସାନ ପୁଅ ଥିଲେ। ରତ୍ନାକର ଚାଷ କାମ କରି ନିଜ ପରିବାରର ଗୁଜୁରାଣ ଖୁବ କଷ୍ଟରେ ତୁଲାଉ ଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ମାତା ପିତାଙ୍କ ସମେତ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ପ୍ରକାଶଙ୍କ ଶବ ସତ୍କାର ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପରେଶ ମିଶ୍ର, ଦିଲୀପ କୁମାର ଜେନା, ବିରଞ୍ଚି ନାରାୟଣ ପ୍ରଧାନଙ୍କ ସମେତ ଗ୍ରାମର ସମସ୍ତେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନରୁ ଖସି ଯୁବକ ମୃତ

ରଣପୁର: ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ ହୋଇ ଯାଇଥିବା ଜଣା ପଡିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗ୍ରାମର ପ୍ରକାଶ କୁମାର ପ୍ରଧାନ (୨୫)।

ଖବର ନେବାରେ ଜଣା ଯାଇଛି ଯେ, ମୃତକ ପ୍ରକାଶ ଜୀବିକା ପୋଷଣ କରିବା ପାଇଁ ଗୁଜୁରାଟ ଯାଇଥିଲେ। ଦୀପାବଳି ଅବସରରେ ଟ୍ରେନ ଯୋଗେ ଗ୍ରାମକୁ ଫେରିଥିବା ବେଳେ ଟ୍ରେନରୁ ଖସି ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ଏହି ଖବର ଗ୍ରାମରେ ପହଂଚିବା ପରେ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ମୃତକ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ହାତୀ ଆକ୍ରମଣରେ ଯୁବକ ମୃତ

ରଣପୁର: ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ଅଧିନସ୍ଥ ବନ୍ଧପଲ୍ଲା ଗ୍ରାମର ସ୍ବର୍ଗତ ଗୁରୁବାରୀ ଜେନାଙ୍କ ପୁଅ ଜଗବନ୍ଧୁ ଜେନା (୪୨) ଗତ କାଲି ରାତିରେ ନିଜ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ। ଏହି ସମୟରେ ହାତୀ ଧାନ କିଆରୀ ମଧ୍ୟକୁ ପଶି ଧାନ ଫସଲ କୁ ଖାଉଥିବାର ଦେଖି ଥିଲେ।

ହାତୀକୁ ଘଉଡ଼ାଇବା ସମୟରେ ହାତୀ ଆକ୍ରମଣରେ ଶିକାର ହୋଇ ଜଗବନ୍ଧୁଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ପରେ ପରିବାର ଲୋକେ ରଣପୁର ମେଡିକାଲକୁ ତାଙ୍କୁ ଆଣିଥିଲେ। ସେଠାରେ ଡାକ୍ତର ବୈଦ୍ୟନାଥ ନନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ | ଏହା ପରେ ଡାକ୍ତରଖାନା ତରଫରୁ ପୋଲିସକୁ ଖବର ଦିଆ ଯାଇଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ଶବ ବ୍ୟବଚ୍ଛେଦ କରାଯାଇ ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଜାତୀୟ ରାଜପଥ ୧୬ ପୋକଡିବନ୍ଧ ଛକରେ ସେହି ଅଞ୍ଚଳର ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକ କୌଣସି ଏକ ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ଏତିକି ବେଳେ ଗୋପାଳପୁର ଥାନା ପାଟ୍ରୋଲିଂ ସେହି ରାସ୍ତାରେ ଯାଉଥିବା ବେଳେ ଆହତ ଯୁବକଙ୍କୁ ଉଠାଇ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

କିନ୍ତୁ ଦାୟିତ୍ଵରେ ଥିବା ଡ଼ାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇ ସୌଭାଗ୍ୟ ସାହୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗ ଅନୁଯାୟୀ ଏତଲା ନଂ ୧୨୦/୨୩ ଅନୁଯାୟୀ ମାମଲା ରୁଜୁ କରି ଗୋପାଳପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବଜ୍ରାଘାତରେ ଯୁବକ ମୃତ

ରଣପୁର: ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ ହୋଇଯାଇଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଏ ଆଜି ଅପରାହ୍ନରେ ରଣପୁର ଓ ଏହାର ଆଖପାଖ ଅଚଂଳରେ ବର୍ଷା ଲାଗିରହିଥିଲା। ଅପରାହ୍ନରେ କେତେକ ଅଚଂଳରେ ଘଡଘଡି ବିଜୁଳି ମଧ୍ୟ ମାରିଥିଲା। ବିଶେଷ କରି ନରସିଂହପୁର ଅଚଂଲରେ ବିଜୁଳିର ବେଗ ଜୋର ଥିଲା।

ନରସିଂହପୁର ଗ୍ରାମର ମଧସୁଦନ ବେହରୋଙ୍କ ପୁଅ ରଞ୍ଜନ ବେହେରା (୨୨) ପ୍ରତିଦିନ ଭଳି ଆଜି ମଈଷି ଚରେଇବାକୁ ବିଲାକୁ ଯାଇଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ସେ ସେହିଠାରେ ଟଳି ପଡିଥିଲେ। ପରେ କିଛି ଲୋକ ଏହା ଜାଣିପାରି ରଞନ କୁ ଉଧାର କରି ରଣପୁର ମେଡିକାଲରେ ଭତି କରିଥିଲେ। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ରଣପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ରଞ୍ଜନର ପରିବାର ଗରିବ ଶେଣ୍ରୀର ହୋଇଥିବାରୁ ସରକାରି ସହାୟତା ଯୋଗାଇ ଦେବାକୁ ସର୍ବସାଧାରଣ ରେ ଦାବି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା, ଯୁବକ ମୃତ

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା। ଟାଙ୍ଗୀ ରେଂଜ୍ ପଟିଆ ସେକସନ ଅନ୍ତର୍ଗତ ରଣ୍ଡା ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରଣ୍ଡା ଗ୍ରାମର ଦିଲିପ କୁମାର ଜେନାଙ୍କ ଖଳା ବାଡିରେ ପଶି ଗୋଠ ଛଡା ଦନ୍ତା ଧାନ ଛଣ ଖାଉଥିବା ବେଳେ ଦିଲିପ ଜେନା ଦନ୍ତାକୁ ଘଉଡାଇବା ପାଇଁ ପାଟି କରିବାରୁ ଦନ୍ତା ହଠାତ୍ ଉଗ୍ର ହୋଇଥିଲା। ହଠାତ୍ ଘରେ ପଶି ଦନ୍ତା ଦିଲିପଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଦିଲିପଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ଏବେ ମଧ୍ୟ ଶବଟି ସେଠାରେ ପଡି ରହିଛି। ଏହି ଘଟଣାକୁ ନେଇ ଲୋକେ ଉତ୍ତେଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ନାହିଁ। ମୃତକ ପରିବାରକୁ ସରକାରୀ ସହାୟତା ଦେବାକୁ ଲୋକେ ଦାବି କରିଛନ୍ତି।  ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଂକିଆ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଜଂକିଆ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଛଣଗିରି ଗ୍ରାମ ପଂଚୁଦୋଳ ପଡିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଉଚ୍ଚ କ୍ଷମାତାସଂପନ୍ନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଛଣଗିରି ଗ୍ରାମର ସେକ ତାଲିମ ବୋଲି ଜଣାପଡିଛି।

ମୃତ ଦେହ ବର୍ତ୍ତମାନ ବିଦ୍ୟୁତ ଖୁଣ୍ଟରେ ଝୁଲି ରହିଥିବା ବେଳେ ଯୁବକ କଣ ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ। ଖବର ପାଇ ବିଦ୍ୟୁତ ବିଭାଗ ଓ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ  ମୃତ୍ୟୁ ହୋଇଛି। ମୃତକଙ୍କ ନାମ କୁମାର ବେହେରା (୩୦)। ଗଞ୍ଜାମ ଜିଲ୍ଲା ବ୍ରହପୁର ଶଗଡିଆ ସାହିରେ ତାଙ୍କ ଘର।

ପୋଲିସ ସୂଚନା ମୁତାବକ ଯୁବକ ଜଣକ ବାଇକ୍ ରେ ତାପଙ୍ଗରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନାଚୁଣୀ ଛକସ୍ଥିତ ଦିଭାଇଡରକୁ ଅସାବଧାନତା ବଶତଃ ପିଟି ଦେଇଥିଲେ। ଫଳରେ ସେଠାରେ ସେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ଜବତ କରି ଟାଙ୍ଗୀ ପୋଲିସ୍ ନାଚୁଣୀ ଫାଣ୍ଡି ପୋଲିସ୍ କୁ ହସ୍ତାନ୍ତର କରିଥିଲା।

ତେବେ ଏ ନେଇ ବାଣପୁର ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପୋଖରୀରେ ବୁଡି ଯୁବକ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଯୁବକଙ୍କ ନାମ କୃଷ୍ଣ ଚନ୍ଦ୍ର ପ୍ରଧାନ (୨୭ ବର୍ଷ) ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମହୁଝର ଗ୍ରାମରେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୌଚ ହେବା ଲାଗି କୃଷ୍ଣଚନ୍ଦ୍ର ଗାଁ ପୋଖରୀକୁ ଯାଇଥିଲେ। ହେଲେ ସେଠାରେ ତାଙ୍କର ଗୋଡ ଖସି ଯିବାରୁ ଗଭୀର ଜଳରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମେଡିକାଲରେ ପୋଲିସ୍ ପହଂଚି ଶବ ଜବତ କରିବା ସହ କେସ ନଂ ୩୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ଏନେଇ ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ସଡ଼କ ଦୁର୍ଘଟଣାରେ ନନ୍ଦପୁର ଗ୍ରାମର ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ବାଲୁଗାଁ ପୋଲିସର ସୂଚନା ମୁତାବକ ବାଣପୁର ଥାନା ନନ୍ଦପୁର ଗ୍ରାମର ଭିକାରି ପ୍ରଧାନ (୨୯) ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହିତ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ ଯୋଗେ ନାଭାଲରୁ ବାଣପୁର ଅଭିମୁଖେ ଯାଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ବାଲୁଗାଁ ପୋଲିସ ଖବର ପାଇ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଭିକାରିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବାଲୁଗାଁ ପୋଲିସ କେଶ ନମ୍ବର ୧୩୮/୨୨ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅପରପକ୍ଷେ ଘଟଣାର ତଦନ୍ତ ଜାରି ରହିଥିବା ବାଲୁଗାଁ ଥାନ ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ ବୁଡ଼ି ନାବାଳକ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସନ୍ଧ୍ୟାରେ ନାକଟିଦେଉଳ ଥାନା ଅଂଚଳରେ ଜନୈକ ନାବାଳକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା କେଲୋବେନି ଗ୍ରାମର ହୃଦା ନାଏକ (୧୫) ନାମକ ନାବାଳକ ସଂନ୍ଧ୍ୟାରେ ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁବରଣ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହଯୋଗ ଦେବାକୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ପୋଖରୀରେ ବୁଡି ଯୁବକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂନ୍ଧ୍ୟାରେ ପୋଖରୀରେ ବୁଡି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ହରିଜନ ସାହିର ଜଣେ ବ୍ୟକ୍ତିଙ୍କର ପୋଖରୀରେ ବୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ କଷ୍ଟିଆ ନାୟକଙ୍କ ଅବିବାହିତ ପୁତ୍ର ଶଙ୍କର ନାୟକ (୪୫) ଆଜି ସଂନ୍ଧ୍ୟାରେ ଶୌଚ ହେଵା ନିମନ୍ତେ ଥାନା ନିକଟରେ ଥିବା ଯୋଗୀ ପୋଖରୀ ମଧ୍ୟକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଶଙ୍କର ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ଶେଷରେ ଶଙ୍କରଙ୍କ ଶରୀର ପୋଖରୀରେ ଭାସୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ସାହି ବାସିମାନେ ଶଙ୍କରଙ୍କ ଶରୀରକୁ ପୋଖରୀରୁ ଉଦ୍ଧାର କରି ବାଣପୁର ମେଡିକାଲ ନେଲା ବେଳକୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଡାକ୍ତର ବାଣପୁର ପୋଲିସକୁ ଖବର ଦେଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜମିବାଡ଼ି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ: ଜଣେ ଯୁବକ ମୃତ

କନ୍ଦର୍ପ ବେହରା
ରେଢ଼ାଖୋଲ: ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୁବକ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡଇଁଚା ପଂଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ,ଆଜି ରାତି ୮ଟା ୩୦ ମିନିଟରେ ରେଢ଼ାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ନିଲୁ ସାହୁ (୨୮ବର୍ଷ )ଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା। ଉକ୍ତ ଆକ୍ରମଣରେ ନିଲୁଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ବାଇକ୍ ଦୁର୍ଘଟଣା: ଘଟଣାସ୍ଥଳରେ ବାଣପୁରର ଜଣେ ଯୁବକ ମୃତ, ଜଣେ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ବାଣପୁର ଥାନା ଅଞ୍ଚଳର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଟାଙ୍ଗୀରୁ ନାଚୁଣୀ ଅଭିମୁଖେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର କୟଥ ପଲ୍ଲା ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗ ଏବଂ କୁହୁଡି ଫାଣ୍ଡିର ପୋଲିସ କର୍ମଚାରୀମାନଙ୍କ ଦ୍ଵାରା ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା।

ହେଲେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତକ ଯୁବକ ଜଣଙ୍କ ମୋରାମୋରୀ ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ସର୍ବେଶ୍ଵର ମଲ୍ଲ(୩୦) ବୋଲି ଜଣା ପଡିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଥିବା ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ଏହାସହିତ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡିମିରିକୁଦା ନିକଟରେ ବାଇକ୍ ଦୁର୍ଘଟଣା: ୨ ଯୁବକ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ଡିମିରିକୁଦା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ରେଢାଖୋଲର ୨ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ଖବର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଯଦୁମଣିପାଟଣା
ଏଲ୍.ଆଇ.ସି କଲୋନୀ ର ସ୍ୱର୍ଗତ ଇଂ.ପ୍ରଭାତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଜିତ୍ ପାଣିଗ୍ରାହୀ (୨୭) ଏବଂ ରେଢାଖୋଲ ରଥସାହିର ବୈକୁଣ୍ଠ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ (ଓଡି ୧୫ ଏନ୍ ୫୪୨୧)ମୋଟରସାଇକେଲରେ କୌଣସି କାମରେ ନାକଟିଦେଉଳ ଯାଇଥିଲେ। ସେମାନେ ରାତି ପ୍ରାୟ ୧୧ ଟା ସମୟରେ ବାଇକ୍ ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡିମିରିକୁଡା ନିକଟସ୍ଥ ଏକ ପୋଲ ତଳେ ପ୍ରାୟ ୨୦ ଫୁଟ୍ ତଳକୁ ଛିଟିକି ପଡିଥିଲେ। ଜଙ୍ଗଲ ମଧ୍ୟରେ ଓ ଦୂରରେ ଗାଁ ଥିବାରୁ ଏହି ଦୁର୍ଘଟଣା ସଂପର୍କରେ କେହି ବି ଜାଣି ପାରି ନ ଥିଲେ। ଏପରିକି ପୋଲ ତଳକୁ ପଡିଯାଇଥିବାରୁ ଅନ୍ଧାର ରାତିରେ ରାସ୍ତାରେ ଯାଉଥିବା ବାଟୋଇମାନଙ୍କ ନଜରରେ ପଡି ନ ଥିଲା। ଯା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା।

ଆଜି ସକାଳୁ ସକାଳୁ ରେଢାଖୋଲ ଓ ଡିମିରିକୁଦାର କିଛି ବ୍ୟକ୍ତି ମର୍ଣ୍ଣିଂ ୱାର୍କ ପାଇଁ ଯାଉଥିବା ସମୟରେ ପୋଲ ତଳେ କେହି ଦୁର୍ଘଟଣାର ସମ୍ମୁଖିନ ହେବା କଥା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଦମକଳ ବାହିନୀକୁଖବର ଦେଇଥିଲେ। ହେଲେ ମୃତ୍ୟୁ ହୋଇଯାଇଥିବାରୁ ଦମକଳ ବାହିନି ଡାକ୍ତରଖାନାକୁ ନେବାକୁ ମନା କରିଦେଇଥିଲା। ରେଢାଖୋଲ ରୁ ପୋଲିସ୍ ଯାଇ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ପୋଲିସ୍ କହିଛି। କିଛି ଦିନ ତଳେ ସେଇ ଜାଗାରେ ତଣ୍ଡାବିରା ଗ୍ରାମର ଜନୈକ ଯୁବକ ମଧ୍ୟ ମୃତ୍ୟୁବରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ହରିକୁଣ୍ଡବରଡ଼ୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଯୁବକ ମୃତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ୀ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯେଉଁଥିରେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୧.୩୦ ଘଟିକାରେ ଚିଲିକା ବ୍ଲକ ହରିକୁଣ୍ଡ ବରଡ଼ୀ ଗ୍ରାମର ପ୍ରମୋଦ ପଲାଇଙ୍କ ପୁତ୍ର ତୋଫାନ ପଲାଇ(୨୨) କୁମାର ପୁନେଇଁ ଉପଲକ୍ଷେ ଭାର ନେଇ ନିଜ ଭଉଣୀ ଘରକୁ ଯିବାକୁ ବାଇକରେ ବାହାରିଥିଲେ। ହେଲେ ହରିକୁଣ୍ଡବରଡ଼ୀ ଢ଼ାବା ନିକଟରେ ନିଜ ବାଇକକୁ ରଖି ପରିସ୍ରା କରିବାକୁ ଉଦ୍ୟତ ହେଉଥିବା ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ କଣ୍ଟେନର (କେଏ-୦୩-ଏଏଫ-୦୩୧୪) ତୋଫାନଙ୍କୁ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଦ୍ରୁତଗତିରେ ପଳାଇଥିଲା ଫଳରେ ଘଟଣାସ୍ଥଳରେ ତୋଫାନଙ୍କ ମୃତ୍ୟୁ ହୋଇଥିଲା।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପାଖାପାଖି ଅଧେ ଘଣ୍ଟା ସେମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ।   ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ,ବାଲୁଗାଁ ଥାନା ଅଧିକାରୀ, ବାଣପୁର ଥାନା ଅଧିକାରୀ ଆଦି ଘଟଣାସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ନାଭାଲ ଛକ ନିକଟରୁ ଜବତ କରିବା  ପରେ ଉତ୍ୟକ୍ତ ଗ୍ରାମବାସୀ ମାନେ ରାସ୍ତାରୁ ଧାରଣରୁ ଉଠିଥିଲେ। ଗିରଫ ଡ୍ରାଇଭର ଜଣକ ହେଲେ ଉତ୍ତରପ୍ରଦେଶ ସୁଲତାନପୁରର ହକିମ(୩୦)।

ଆଜି  ବାଣପୁର ପୋଲିସ ତୋଫାନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ବାଣପୁର ପୋଲିସ ଏ ସଂକ୍ରାନ୍ତ ରେ କେସ ନମ୍ବର ୩୩୨/୨୦ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ଜରିପଡା ପଞ୍ଚାୟତରେ ପୋଖରୀରେ ବୁଡି ଯୁବକ ମୃତ

ସୀତାରାମ ଅଗ୍ରୱାଲ 
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କାଳୁପଡା ଅଞ୍ଚଳର ଜରିପଡା ପଞ୍ଚାୟତ ଦାଣ୍ଡ ସାହିରେ ଘଟିଛି ଏକ ଅଘଟଣ।  ପୋଖରୀ ରେ ବୁଡି ଚନ୍ଦ୍ରକାନ୍ତ ସାହୁ(୧୮) ଙ୍କ  ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସି ପୋଖରୀରେ ବୁଡି ଯାଇଥିବା ସୂଚନା। ଖବର ପାଇ ଟାଙ୍ଗି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ଗାଁ ଲୋକଙ୍କ ସାହାଯ୍ୟର ଉଦ୍ଧାର ହେଲା ଚନ୍ଦ୍ରକାନ୍ତଙ୍କ ମୃତ ଦେହ। ଉଦ୍ଧାର ପରେ ପରିବାର ଲୋକେ ଯୁବକଙ୍କୁ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଙ୍ଗି ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଯୋଗୁଁ ହରିୟାଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଉଦଳା: କରୋନାରେ ଆକ୍ରାନ୍ତ ହୋଇ ହରିୟାଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ପଜିଟିଭ ଥିବାରୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମଧ୍ୟ ଘରକୁ ‌ଆସିପାରିଲାନି। ପୁଅର ମୃତ୍ୟୁ ଖବର ଶୁଣି ଧୈର୍ଯ୍ୟହରା ହୋଇପଡିଛନ୍ତି ପରିବାର ଲୋକ। ଏମିତି ଏକ ଦୁଃଖଦ ଖବର ଆସିଛି  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ।

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଉଦଳାର  ଡିହିରାକଳ ଗାଁର ଜଣେ ତିରିଶ ବର୍ଷୀୟ ଯୁବକ ରୋଜଗାର ପାଇଁ ଗତ ମାର୍ଚ୍ଚ ମାସରେ ହରିୟାଣା ଯାଇଥିଲେ। ସେଠାରୁ ଫେରିଥିଲେ ତାଙ୍କର ବାହାଘର ହୋଇଥାନ୍ତା। ବାହାଘର ମୁକୁଟ ସାଙ୍ଗକୁ ବାହାଘର ଲାଗି ସବୁକିଛି ପ୍ରସ୍ତୁତି ମଧ୍ୟ ସରିଥିଲା। ହେଲେ ଲକ୍‌ଡାଉନ୍‌ ପାଇଁ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଯୁବକ ଜଣକ ଘରକୁ ଫେରି ପାରିଲେନି। 8ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ମେଡିକାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁପରେ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କିସିଣ୍ଡା ଦେଦେରା ଜଳପ୍ରପାତରେ ବୁଡି ଯୁବକ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: କିସିଣ୍ଡା ପାଖରେ ଥିବା ଏକ ଜଳ ପ୍ରପାତରେ ଗାଧୋଉଥିବା ସମୟରେ କଂଚନପୁର ଗ୍ରାମର ଜନୈକ ଯୁବକ ମୃତ୍ୟୁବରଣ କରିଛନ୍ତି। ପ୍ରକାଶ ଯେ, କିସିଣ୍ଡା ଥାନା କଂଚନପୁର ଗ୍ରାମର ବିରଂଚି ଭୋଇଙ୍କ ପୁଅ କୃତିବାସ ଭୋଇ(୨୪) ଗତକାଲି ଗିରିଶଚନ୍ଦ୍ରପୁରଠାରେ ଦେଦେରା ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ହଠାତ୍ ସେ ଗଭୀର ପାଣିରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରି ମଧ୍ୟ ପାଣିରୁ ପାଇ ନ ଥିଲେ।

ଗତକାଲି ନାକଟିଦେଉଳ ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲ। ଆଜି କିସିଣ୍ଡା ଥାନାଧିକାରୀ, ନାକଟିଦେଉଳ ଦମକଳବାହିନୀ ଏବଂ ସମ୍ବଲପୁର ଦମକଳବାହିନୀ ବାହିନୀ ପକ୍ଷରୁ ପୁନର୍ବାର ଖୋଜାଖୋଜି ଜାରି ରହିଥିଲା। ଦୀର୍ଘସମୟ ଧରି ଖୋଜିବା ପରେ ଜଳପ୍ରପାତ ମଧ୍ୟରୁ କୃତିବାସଙ୍କ ମୃତଦେହ ଉଦ୍ଧାର କରିଥିଲା ଦମକଳ ବାହିନୀ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାକ୍ଷୀଗୋପାଳରେ ଫାୟାରିଂ , ଯୁବକ ମୃତ

ସମୀକ୍ଷା ବ୍ୟୁରୋ

ପୁରୀ : ଦୋଳ ଓ ହୋଲି ପର୍ବ ପୂର୍ବରୁ ସାକ୍ଷୀଗୋପାଳଠାରେ ଗୁଳିମାଡରେ ଜଣକର ମୃତ୍ୟୁ ହୋଇଥିବାର ଖବର ମିଳିଛି । ସାକ୍ଷୀଗୋପାଳ କାଞ୍ଜିଆ ଛକରେ ଗୁଳିମାଡ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କାଞ୍ଜିଆରେ ଶଶୁର ଘରେ ରହୁଥିଲେ ବୋଲି ସୂଚନା ରହିଛି । ରାତିରେ ଢାବାରେ ଖାଇବାକୁ ନେଇ ବଚସା ପରେ ଫାୟାରିଂ ହୋଇଥିବାର ସୂଚନା ରହିଛି । ଘଟଣାସ୍ଥଳରେ ସତ୍ୟବାଦୀ ଥାନା ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଗୁଳିକାଣ୍ଡର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ 316 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।