ରେଢ଼ାଖୋଲ (କନ୍ଦର୍ପ ବେହେରା): ପୋଖରୀରେ ଗାଧୋଇବାକୁ ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି। ରେଢ଼ାଖୋଲ ଥାନା ସାମସିଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ବୁଧୁ ବିଶି।
ଖବର ପାଇ ରେଢ଼ାଖୋଲ ଅଗ୍ନିଶମ ବିଭାଗ ପହଞ୍ଚି ମୃତକର ଶବ ଉଦ୍ଧାର କରିଥିଲା। ମୃତକ ବୁଧୁ ବିଶି ଗାଁ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଗୋଡ଼ ଖସି ଗଭୀର ପାଣିରେ ବୁଡିଯାଇଥିଲେ। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।


