
ଭୁବନେଶ୍ବର : ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ଜଣ ଆକ୍ରାନ୍ତ ଯାଜପୁର, ମୟୁରଭଞ୍ଜ ଏବଂ କଟକର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 394ରେ ପହଞ୍ଚିଛି । 394 ଆକ୍ରାନ୍ତଙ୍କ ମଧ୍ୟରୁ 85 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 306ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 61ରେ ପହଞ୍ଚିଥିବା ବେଳେ ମୟୁରଭଞ୍ଜରେ 9 ଏବଂ କଟକରେ 3ରେ ପହଞ୍ଚିଛି ।