ରାଜ୍ୟରେ ଆଉ କୋଡିଏ ପଜିଟିଭ୍‌ ଚିହ୍ନଟ

Published: May 11, 2020, 7:30 pm IST

ଭୁବନେଶ୍ବର : ଓଡ଼ିଶାରୁ ଚିହ୍ନଟ ହେଲେ ଆଉ 20 ଜଣ ପଜିଟିଭ୍‌  । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 17, ସୁନ୍ଦରଗଡରୁ ଦୁଇ, ବୌଦ୍ଧରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 400 ଟପିଛି ।  ଆଜି ଗୋଟିଏ ଦିନରେ 37 ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖା 414ରେ ପହଞ୍ଚିଛି ।

ସେହିପରି ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 154ରେ ପହଞ୍ଚିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି ହୋଇଥିବାବେଳେ  ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆଜି 17 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ୍‌ 85 ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଆଜି 7ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 6 ରହିଛି । ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 326 ରହିଥିବାବେଳେ ମୃତ୍ୟ ସଂଖ୍ୟା 3 ରହିଛି ।

Related posts