ଲାଗୁ ହେବ ଲକଡାଉନ 4.0, ଆସିବ ଏକ ନୂଆ ରୂପରେ ନୂଆ ରଂଗରେ; କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: May 12, 2020, 9:22 pm IST

ନୂଆଦିଲ୍ଲୀ, ଦେଶରେ ଖୁବ ଶିଘ୍ର ଲାଗୁ ହେବ ଲକଡାଉନ 4.0। ଏହି କଥା ସିଧା ଘୋଷଣା କରି ନ ଥିଲେ ମଧ୍ୟ ପରୋକ୍ଷରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର କହିବା କଥା ହେଲା ଯେ, ଏହି ଲକଡାଉନ 4.0 ଏକ ନୂଆ ରୂପରେ ନୂଆ ରଂଗରେ ଆସିବ। ତେବେ ସେ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ମଧ୍ୟ କରାଯାଇଛି। ତେବେ ଲକଡାଉନ 4.0 ସଂପର୍କରେ ମେ 18 ତାରିଖ ପୂର୍ବରୁ ଘୋଷଣା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ ବରିଷ୍ଠ ସାମ୍ବାଦିକଙ୍କ ଅନୁସାରେ ଏହି ଲକଡାଉନ 4.0 ଆସନ୍ତା 17 ତାରିଖରେ ଶେଷ ହେଉଛି। ହେଲେ ଦେଶରେ କୋରନାଭାଇରସ ଯେପରି ବଢିବାରେ ଲାଗିଛି ଏଥିରେ ଲକଡାଉନ ସମୟ ବଢିବାର ଆବଶ୍ୟକତା ରହିଛି। ସେହି ଅନୁସାରେ ଏହି ଲକଡାଉନ 4.0 ମେ 31 ତାରିଖ ପର୍ଯ୍ୟନ୍ତ ବଢାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ହେଲେ ଆର୍ଥିକ ନିୟନ୍ତ୍ରଣ ଦୃଷ୍ଟିରୁ ଏହି ଲକଡାଉନରେ କେତେକ କୋହଳ କରାଯିବା ବୋଲି ସେମାନେ କହିଛନ୍ତି।

Related posts