Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଟ୍ରିକ ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି ସହିତ ବିଭିନ୍ନ ଦାବୀ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ଚୁକ୍ତି ଭିତିକ ଶିକ୍ଷକ ସଂଘ
ଆଜିର ଖବର

ମାଟ୍ରିକ ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି ସହିତ ବିଭିନ୍ନ ଦାବୀ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ଚୁକ୍ତି ଭିତିକ ଶିକ୍ଷକ ସଂଘ

May 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖରୁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତି ଗ୍ରହଣ କରିଛି। ବର୍ତ୍ତମାନ ଏହି ଭୟାବହ ପରିସ୍ଥିତିରେ କରୋନା ସହ ଲଢିବାରେ ସରକାରଙ୍କୁ ସହଯୋଗ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ବୀମାରେ ମଧ୍ୟ ସାମିଲ୍ କରିଛନ୍ତି। କିନ୍ତୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ପରିଗଣିତ କରିଥିଲେ ବି ସରକାରୀ ବିମାରେ ଅନ୍ତର୍ଭୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି ବୋଲି କହିଛନ୍ତି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ। ଏଥିପାଇଁ ଓଡ଼ିଶା ସରକାରଙ୍କ ସମ୍ମୁଖରେ କିଛି ଦାବି ଉପସ୍ଥାପନା କରିଛନ୍ତି ଏହି ଶିକ୍ଷକ ଗୋଷ୍ଠୀ।

ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି କରିବାକୁ ଦାବି କରାଯାଇଛି । ଅଧିକ ସେଣ୍ଟରରେ ଖାତା ମୂଲ୍ୟାୟନ ହେଲେ ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହେବ ନାହିଁ। ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କରିବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ “ସ୍ବତନ୍ତ୍ର କିଟ୍ସ୍” ଯଥା ମାସ୍କ୍, ଗ୍ଲୋବ୍ସ୍ ଏବଂ ସାନିଟାଇଜର୍ ପ୍ରଦାନ କରାଯାଉ। ନିକଟରେ ମାତୃତ୍ବଲାଭ କରିଥିବା ତଥା ମାତୃତ୍ବଲାଭ କରିବାକୁ ଯାଉଥିବା ଏବଂ ଶାରୀରିକ ଅସୁସ୍ଥ ଥିବା ଶିକ୍ଷୟିତ୍ରୀ ଙ୍କୁ ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନରୁ ବାଦ୍ ଦିଆଯାଉ। ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କରିବାକୁ ଥିବା ତଥା କରୋନା ମୁକାବିଲାରେ ସାମିଲ୍ ହୋଇଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ସମସ୍ତଙ୍କୁ ସରକାରୀ ବୀମାରେ ଅର୍ନ୍ତଭୁକ୍ତ କରିବାକୁ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି, ସଭାପତି ଶୁଭ୍ରଜିତ୍ ପ୍ରତିହାରୀ, ସଂପାଦକ ନିରୋଦ ରଥ, କୋଷାଧ୍ୟକ୍ଷ ନବଜ୍ୟୋତି ମହାପାତ୍ର, କାର୍ଯ୍ୟକାରୀ ସଂପାଦକ ବିଶ୍ବଜିତ୍ ବିଶ୍ବାଳ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା, ଦେବାଶିଷ ନାୟକ, ଅଜୟ କୁମାର ସାହୁ, ସୌମ୍ୟରଞ୍ଜନ ମଲ୍ଲିକ୍, ସୌମ୍ୟରଞ୍ଜନ ପ୍ରଧାନ, ମନୋହର ଦାସ୍, ପ୍ରତାପ୍ ସାମଲ୍, ଶିବଶଙ୍କର ସାମଲ୍, ରାଜେନ୍ଦ୍ର ମଲ୍ଲିକ୍, ଶୁଭସୁନ୍ଦର ପଣ୍ଡା ଏବଂ ଚନ୍ଦ୍ରକାନ୍ତ ଜେନା  ପ୍ରମୁଖ ଦାବି ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026

ପିଲାଙ୍କ ଅନଲାଇନ୍ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷେଧ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.