Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇମୋସନାଲ୍‌ ବାର୍ତ୍ତା ସହ ’କଲଙ୍କ୍‌’ର ବରୁଣ ଓ ଆଲିଆଙ୍କ ଫାଷ୍ଟ ଲୁକ୍‌କୁ ସେୟାର୍‌ କଲେ କରନ୍‌
ଆଜିର ଖବର

ଇମୋସନାଲ୍‌ ବାର୍ତ୍ତା ସହ ’କଲଙ୍କ୍‌’ର ବରୁଣ ଓ ଆଲିଆଙ୍କ ଫାଷ୍ଟ ଲୁକ୍‌କୁ ସେୟାର୍‌ କଲେ କରନ୍‌

March 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
barun and alia's "kalank" movie was shared by karan johar
barun and alia's "kalank" movie was shared by karan johar

ଅଭିଶେକ ବର୍ମନ୍‌ଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍‌ ଡ୍ରାମା ‘କଲଙ୍କ୍‌’ ପରଦା ଉପରକୁ ଆସିବାର ରହିଛି । ଏହି ଫିଲ୍ମରେ ବରୁଣ ଧାଓ୍ବନ୍, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର୍‌ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍‌ ଜୋହର ।  କରନ୍‌ ଜୋହର୍‌ ଏହି ଫିଲ୍ମର ଫାଷ୍ଟ ଲୁକ୍‌କୁ ସେୟାର କରି ଏକ ଇମୋସନାଲ୍‌ ବାର୍ତ୍ତା ଲେଖିଛନ୍ତି । ‘୧୫ ବର୍ଷ ପୂର୍ବେ ଏହି ଫିଲ୍ମର ପରିକଳ୍ପନା ପ୍ରଥମେ ମୋ’ ହୃଦୟ ଓ ମସ୍ତିଷ୍କକୁ ଆସିଥିଲା । …. ଏଇଟା ଏମିତି ଏକ ଫିଲ୍ମ ଯାହାକୁ ମୁଁ ପୂରା ଜୋଶ୍‌ ସହ ବିଶ୍ବାସ କରେ…. ଏହି ଫିଲ୍ମ ପାଇଁ ମୋ’ ପିତା ଯିବା ପୂର୍ବରୁ ପ୍ରଥମେ କାମ କରିଥିଲେ…… ଏହି ଫିଲ୍ମକୁ ଦେଖିବା ମୋ’ ବାପାଙ୍କର ସ୍ବପ୍ନ ଥିଲା…. ମୁଁ ତାଙ୍କ ସ୍ବପ୍ନକୁ ପୂରା କରିପାରିଲି ନାହିଁ….ମୋ’ ଆତ୍ମାକୁ ଆଘାତ ଲାଗିଥିଲା…. କିନ୍ତୁ ଆଜି ସେହି ଇଚ୍ଛା ଏହି ସମ୍ପର୍କ ମଧ୍ୟରେ ଯେପରି କର୍ପୂର ବାସ ପରି ରହିଛି । ଅଶାନ୍ତ ସମ୍ପର୍କ ଓ ଅନନ୍ତ କାହାଣୀ । ପ୍ରେମକୁ ଏକ ଆଓ୍ବାଜ୍‌ ମିଳିଛି.… ଫିଲ୍ମ ଅଭିଷେକ ବର୍ମନ୍‌ଙ୍କ ଦ୍ବାରା ପ୍ରସ୍ତୁତ, ପରିକଳ୍ପିତ ତଥା ପ୍ରସ୍ଫୁଟିତ ହୋଇଛି….. ଫିଲ୍ମ କଲଙ୍କ୍‌ । ୪୦ ଦଶର ସେଟ୍‌ରେ ଅଛି, କିନ୍ତୁ ଏଇଟା ହୃଦୟରେ ରହିଛି.… ଯାତ୍ରା ଆରମ୍ଭ ହୋଇଛି… ଉତ୍ସାହିତ ରହିଛି…. ଏଇ ବିଷୟରେ ଚିନ୍ତା କରି ତଥା ଭାବି….. ମୋତେ ଆଶା ଅଛି ଆପଣମାନେ ଆମର ପ୍ରେମକୁ ଯୋଡ଼ିବା ପାଇଁ ଆମ ମାର୍ଗରେ ସାମିଲ୍‌ ହେବେ ।’ ବରୁଣ୍‌ ଓ ଆଲିୟାଙ୍ ଯୋଡ଼ିଙ୍କ ଏହା ହେଉଛି ଚତୁର୍ଥ ଫିଲ୍ମ । ଦୁଇ ଶତାବ୍ଦୀର ପରେ ପୁଣି ଥରେ ହିଟ୍‌ ଯୋଡ଼ି ମାଧୁରୀ-ସଞ୍ଜୟଙ୍କୁ ପରଦା ଉପରେ କରନ୍‌ ଏହି ଫିଲ୍ମ ଜରିଆରେ ପ୍ରବେଶ କରାଇଛନ୍ତି । ୧୫ ବର୍ଷ ପୂର୍ବେ ଏହି ଫିଲ୍ମ ପାଇଁ ଚିନ୍ତା କରିଥିବା କରନ୍‌ ଏହି ଫିଲ୍ମର ରୂପରେଖକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି । ଫିଲ୍ମଟି ଏପ୍ରିଲ୍‌ ୧୯ରେ ପରଦା ଉପରକୁ ଆସିବ ।

kalank karan movie thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Latest News

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.