ରେଳ ମନ୍ତ୍ରାଳୟ ଭ୍ରମଣ କରିଥିବା ଆରପିଏଫ୍‌ ଅଧିକାରୀ କରୋନା ପଜିଟିଭ୍‌

Published: May 13, 2020, 5:55 pm IST

ନୂଆଦିଲ୍ଲୀ : ରେଳ ମନ୍ତ୍ରାଳୟ ଭ୍ରମଣ କରିଥିବା ଜନୈକ ଅଧିକାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଆରପିଏଫ୍‌ର ଅଧିକାରୀ ଜଣକ ଏକ ସପ୍ତାହ ପୂର୍ବରୁ ରେଳ ମନ୍ତ୍ରାଳୟ ଭ୍ରମଣ କରିଥିଲେ । ଆରପିଏଫ୍‌ ଡିଜି ଅରୁଣ କୁମାର ଜନୈକ ଅଧିକାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏହି ସୂଚନା ମିଳିବା ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି କରାଯାଇଛି । ଏହା ସହିତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କୁ କ୍ବାରଣ୍ଟିନ୍‌ରେ ରଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା 70 ଆରପିଏଫ୍‌ ଅଧିକାରୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବେଳେ ତନ୍ମଧ୍ୟରୁ 30 ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)

Related posts