Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
ଆଜିର ଖବର

ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

May 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆମେରିକା, ଦୁବାଇ, ମାଲେସିଆରୁ ଭୁବନେଶ୍ବର ବିମାନ ଆସିବ। ଭୁବନେଶ୍ବରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଯା‘ଆସ ହୋଇଛି। ସ୍ବତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ଗାଇଡ୍‌ ଲାଇନ୍‌ କରିଛି।

ଟ୍ରେନ୍‌ ଓ ବିମାନର  ଆସିବାକୁ ଥିବା ଲୋକ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବେ। ଯଦି ସେମାନେ ପଞ୍ଜୀକରଣ କରିନଥିବେ, ତେବେ ସରକାର  ନିଜ ଆଡୁ ତଥ୍ୟ ସଂଗ୍ରହ କରିବେ । ବିମାନଯାତ୍ରୀଙ୍କ ତଥ୍ୟ ନେଇ ସମ୍ପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ। ବିମାନରେ ଥରକେ 20 ଜଣିଆ ଗ୍ରୁପ୍‌ରେ ଯାତ୍ରୀଙ୍କୁ ଓହ୍ଲାଯିବ । ଟର୍ମିନାଲ୍‌ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ ହେବ। ହାତରେ ଅଲିଭା କାଳିରେ ଷ୍ଟାମ୍ପ୍‌ ଲଗାଯିବ। ଲକ୍ଷଣ ନଥିବା ଯାତ୍ରୀମାନେ ମୁଖ୍ୟତଃ ନିଜ ଗାଡିରେ ଯିବେ। ନିଜ ଗାଡି ନଥିବା ଯାତ୍ରୀଙ୍କ ପାଇଁ ସୀମିତ କ୍ୟାବ୍‌ ବ୍ୟବସ୍ଥା କରାଯିବ । ଭୁବନେଶ୍ବର ଓ କଟକ ଯିବାକୁ ଥିବା ଯାତୀ ସିଟି ବସ୍‌ରେ ଯାଇପାରିବେ । ଘରେ ପହଞ୍ଚିଲେ ସେମାନେ 28 ଦିନ ପାଇ ହେମ୍‌ କ୍ବାରେଣ୍ଟିନ୍‌ରେ ରହିବେ । କ୍ବାରେଣ୍ଟିନରେ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର୍‌ ଲଗାଯିବ। ସେମାନେ ଚାହିଁଲେ ହୋଟେଲ୍‌ରେ ପେଡ୍‌ କ୍ବାରେଣ୍ଟିନ୍‌ରେ ରହିପାରିବେ । କାହା ଦେହରେ ଲକ୍ଷଣ ଦେଖାଗଲେ ବା ଦେହ ଖରାପ ହେଲେ ସେମାନେ ନିଜ ହସ୍ପିଟାଲ ଯିବେ ନାହିଁ । 104କୁ ଫୋନ୍‌ କଲେ ସରକାର ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିବେ । କରୋନା ଲକ୍ଷଣ ଦେଖାଗଲେ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ।

ସ୍ବତନ୍ତ୍ର ରେଳ ଯୋଗେ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ।  ରେଳ ଯାତ୍ରା କରୁଥିବା ଲୋକେ ଇ- ଟିକେଟ୍‌କୁ ପାସ୍‌ ଭାବେ ବ୍ୟବହାର କରିହେବ। ବାଲେଶ୍ବର ଓ ଭୁବନେଶ୍ବରରେ ଓହ୍ଲାଇବା ବେଳେ ଷ୍ଟେସନ ସିଲ୍‌ ହେବ । ଷ୍ଟେସନରେ ଥିବା ସ୍ବତନ୍ତ୍ର କେନ୍ଦ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ । କାହାର ଲକ୍ଷଣ ବାହାରିଲେ ସେମାନଙ୍କୁ ହସ୍ପିଟାଲ ପଠାଯିବା ପାଇଁ ବ୍ୟବସ୍ଥା ହେବ । ଷ୍ଟେସନ ଓ ବିମାନ ବନ୍ଦରରୁ ବାହାରି ଯାତ୍ରୀମାନେ ରାସ୍ତାରେ କେଉଁଠି ରହିବେନି । ସିଧା ହୋମ୍‌ ବା ପେଡ୍‌ କ୍ବାରେଣ୍ଟିନ୍‌ ଯିବେ । ସମସ୍ତ ଯାତ୍ରୀମାନେ କ୍ବାରେଣ୍ଟିନ ନିୟମ କଡାକଡି ପାଳନ କରିବେ, ନ ହେଲେ ଏପିଡେମିକ୍‌ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ । କେହି କ୍ବାରେଣ୍ଟିନ୍‌ ଭାଙ୍ଗିଲେ ତାଙ୍କୁ ସରକାରୀ କ୍ବାରେଣ୍ଟିନ୍‌ ଅଣାଯିବ ବୋଲି ସୂଚନା ରହିଛି । କ୍ବାରେଣ୍ଟିନ୍‌ ନିୟମ ଭାଙ୍ଗିଲେ ଏପିଡେମିକ୍‌ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ ।

ଗାଇଡଲାଇନ୍‌ ବିମାନ ଯାତ୍ରୀ ରାଜ୍ୟ ସରକାର ରେଳ ଯାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026
Latest News

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.