
ଭୁବନେଶ୍ବର, କୋଭିଡ 19 କ୍ଷୟକ୍ଷତିକୁ ଭରଣା ପାଇଁ କେନ୍ଦ୍ର ସରକାର 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ କଣ କଣ ରହିଛି ସେ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ଏହି ପ୍ୟାକେଜରେ ଏମଏସଏମଇ କୁ ବେଶୀ ଗୁରୁତ୍ବ ଦିଆଯାଇଛି। ଏହି କ୍ଷେତ୍ର ପାଇଁ ସୀତାରମଣ 30 ହଜାର କୋଟି ଅନୁଦାନ ପ୍ରଦାନ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ତେବେ ସୀତାରମଣଙ୍କ ଏହି ପ୍ୟାକେଜକୁ ବେଶ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପ ଏମଏସଏମଇ ସେକ୍ଟରର ପାଇଁ ଏକ ଆଶା ସୃଷ୍ଟି କରିଛି। ଏହା ଦ୍ବାରା ଦେଶର ଲକ୍ଷାଧିକ ଶ୍ରମିକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରିବ ବୋଲି ନବୀନ କହିଛନ୍ତି।
Tags: ନବୀନ ପଟ୍ଟନାୟକ