Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସନ୍ଧ୍ୟାରେ ଅବପାତର ରୂପ ନେବ ଲଘୁଚାପ : ଚାରି ଉପକୂଳ ଜିଲ୍ଲାକୁ ସତର୍କ ସୂଚନା
ଆଜିର ଖବର

ଆଜି ସନ୍ଧ୍ୟାରେ ଅବପାତର ରୂପ ନେବ ଲଘୁଚାପ : ଚାରି ଉପକୂଳ ଜିଲ୍ଲାକୁ ସତର୍କ ସୂଚନା

May 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ସନ୍ଧ୍ୟାରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ।

ଆଇଏମ୍‌ଡି ଅନୁସାରେ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ । ଆସନ୍ତା କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ ଫଲ୍‌ କରିବ ଜଣାପଡିନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହି ବାତ୍ୟା ଯୋଗୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି କହିଛନ୍ତି ଏସ୍‌ଆରସି ପ୍ରତୀପ ପ୍ରଦୀପ ମହାପାତ୍ର । ମୁଖ୍ୟତଃ ଚାରି ଉପକୂଳ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ସହ ଆଲୋଚନା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି । ସେଲଟର ହୋମ, ସ୍ଥାନାନ୍ତରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । ସେହିପରି ପୁଲିସ୍‌, ଅଗ୍ନିଶମ, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ପ୍ରାଥମିକ ଆଲୋଚନା ରହିଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି । ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ବିଶେଷ କରି ଗଜପତିରୁ ମୟୂରଭଞ୍ଜ ଯାଏ 12ଟି ଜିଲ୍ଲାକୁ ଏନେଇ ସତର୍କ କରାଯାଇଛି ।  ସରକାର ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାର କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

cyclone imd lowpressure
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ପଦଯାତ୍ରା

April 17, 2026

ବିଜେପି ର ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ସରକାରୀ ବାସଭବନରେ ପଦ୍ମ ଧରିଲେ ବିଜେଡ଼ି କର୍ମୀ

April 17, 2026

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ବିଜୁ ଲିଗାସୀରେ ସାମିଲ୍ ହେଲେ ବହୁ ନେତା

April 17, 2026

୧୭ ସିଆରସିସିଙ୍କ ସାମୂହିକ ଇସ୍ତଫା

April 17, 2026
Latest News

ବାଲୁଗାଁରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ପଦଯାତ୍ରା

April 17, 2026

ବିଜେପି ର ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ସରକାରୀ ବାସଭବନରେ ପଦ୍ମ ଧରିଲେ ବିଜେଡ଼ି କର୍ମୀ

April 17, 2026

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ବିଜୁ ଲିଗାସୀରେ ସାମିଲ୍ ହେଲେ ବହୁ ନେତା

April 17, 2026

୧୭ ସିଆରସିସିଙ୍କ ସାମୂହିକ ଇସ୍ତଫା

April 17, 2026

ହାତୀ ଆକ୍ରମଣରେ ଯୁବକ ମୃତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.