Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ – ପାକିସ୍ତାନ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଚୀନର ରଚନାତ୍ମକ ଭୂମିକା
ଆଜିର ଖବର

ଭାରତ – ପାକିସ୍ତାନ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଚୀନର ରଚନାତ୍ମକ ଭୂମିକା

March 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BEIJING, March 4, 2019 (Xinhua) -- Yang Jiechi (R), a member of the Political Bureau of the Communist Party of China (CPC) Central Committee and director of the Office of the Foreign Affairs Commission of the CPC Central Committee, meets with Greek Foreign Minister George Katrougalos in Beijing, capital of China, March 4, 2019. Xinhua/UNI PHOTO-15F

ଫୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ  ମଧ୍ୟରେ ସମ୍ପର୍କ ଦିନକୁ ଦିନ ବହୁତ ଖରାପ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ସ୍ବାଭାବିକ ସମ୍ପର୍କକୁ ଫେରାଇ ଆଣିବା ଦିଗରେ ଚୀନ୍‌ ଲାଗିପଡିଛି । ଏପରିକି ସେ ଭାରତ ସହ ଏହି ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ହୋଇଥିବା ଜଣାଯାଇଛି । ପାକିସ୍ତାନରେ ଦ୍ବିଦିବସୀୟ ଗସ୍ତ କରି ଚୀନ୍‌ର ଉପ ବିଦେଶ ମନ୍ତ୍ରୀ କୋଙ୍ଗ୍‌ ଶୁ ଆନ୍ୟୁ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ପୁର୍ବାବସ୍ଥାକୁ ଫେରାଇ ଆଣିବାକୁ ଚୀନ୍‌ ଚେଷ୍ଟିତ ରହିଛି । ସବୁ ଦେଶର ପ୍ରଭୁତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରାଯିବା ସହିତ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧର ମାନକକୁ ମଧ୍ୟ ପାଳନ କରିବା ଆବଶ୍ୟକ ।  ଏହି ଅବସରରେ ଚୀନ୍‌ର ଉପ ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯେପରିକି ସ୍ଥିତି ଆହୁରି ଜଟିଳମୟ ହେବ । ଦୁଇ ଦେଶ ଯେତ ଶୀଘ୍ର ଦୁହିଁଙ୍କ ସହ ବାର୍ତ୍ତାଳାପ କରିବାକୁ ଆଗେଇ ଆସିବେ ଦୁଇ ଦେଶ ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ତଥା ସ୍ଥିରତା ବଜାୟ ରହିବ । ଏଥିପାଇଁ ଦୁହେଁ ମିଶି ନିଷ୍ପତ୍ତି ନେବା ଉଚିତ୍‌ । ଚୀନ୍‌ର ଉପବିଦେଶ ମନ୍ତ୍ରୀ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୈସୀ ଓ ସେନା ପ୍ରମୁଖ ଜେନରାଲ୍‌ କମର ଜାଭେଦ ବାଜ୍‌ଓ୍ବାଙ୍କ ସହ ସାକ୍ଷା କରିଛନ୍ତି । ସେ ଏହି ଅବସରରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଚୀନ୍‌ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତାକୁ ଅଗ୍ରାଧିକାର ଦେଉଛି, ଭାରତ ଓ ପାକିସ୍ତାନ ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଭାବ ରଖିବା ଦିଗରେ ସେ ଆଶା ବ୍ୟକ୍ତ କରିଛନ୍ତି ।

relation thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.