ଫୁଲ୍ଓ୍ବାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦିନକୁ ଦିନ ବହୁତ ଖରାପ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ସ୍ବାଭାବିକ ସମ୍ପର୍କକୁ ଫେରାଇ ଆଣିବା ଦିଗରେ ଚୀନ୍ ଲାଗିପଡିଛି । ଏପରିକି ସେ ଭାରତ ସହ ଏହି ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ହୋଇଥିବା ଜଣାଯାଇଛି । ପାକିସ୍ତାନରେ ଦ୍ବିଦିବସୀୟ ଗସ୍ତ କରି ଚୀନ୍ର ଉପ ବିଦେଶ ମନ୍ତ୍ରୀ କୋଙ୍ଗ୍ ଶୁ ଆନ୍ୟୁ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ପୁର୍ବାବସ୍ଥାକୁ ଫେରାଇ ଆଣିବାକୁ ଚୀନ୍ ଚେଷ୍ଟିତ ରହିଛି । ସବୁ ଦେଶର ପ୍ରଭୁତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରାଯିବା ସହିତ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧର ମାନକକୁ ମଧ୍ୟ ପାଳନ କରିବା ଆବଶ୍ୟକ । ଏହି ଅବସରରେ ଚୀନ୍ର ଉପ ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯେପରିକି ସ୍ଥିତି ଆହୁରି ଜଟିଳମୟ ହେବ । ଦୁଇ ଦେଶ ଯେତ ଶୀଘ୍ର ଦୁହିଁଙ୍କ ସହ ବାର୍ତ୍ତାଳାପ କରିବାକୁ ଆଗେଇ ଆସିବେ ଦୁଇ ଦେଶ ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ତଥା ସ୍ଥିରତା ବଜାୟ ରହିବ । ଏଥିପାଇଁ ଦୁହେଁ ମିଶି ନିଷ୍ପତ୍ତି ନେବା ଉଚିତ୍ । ଚୀନ୍ର ଉପବିଦେଶ ମନ୍ତ୍ରୀ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୈସୀ ଓ ସେନା ପ୍ରମୁଖ ଜେନରାଲ୍ କମର ଜାଭେଦ ବାଜ୍ଓ୍ବାଙ୍କ ସହ ସାକ୍ଷା କରିଛନ୍ତି । ସେ ଏହି ଅବସରରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଚୀନ୍ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତାକୁ ଅଗ୍ରାଧିକାର ଦେଉଛି, ଭାରତ ଓ ପାକିସ୍ତାନ ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଭାବ ରଖିବା ଦିଗରେ ସେ ଆଶା ବ୍ୟକ୍ତ କରିଛନ୍ତି ।

BEIJING, March 4, 2019 (Xinhua) -- Yang Jiechi (R), a member of the Political Bureau of the Communist Party of China (CPC) Central Committee and director of the Office of the Foreign Affairs Commission of the CPC Central Committee, meets with Greek Foreign Minister George Katrougalos in Beijing, capital of China, March 4, 2019. Xinhua/UNI PHOTO-15F